ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍

ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ଫୁଲବାଣୀ/ସମୀକ୍ଷା ନ୍ୟୁଜ:

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡିଠାରେ ଅଗ୍ରଣୀ ଯୁବକ ସଂଘ ପକ୍ଷରୁ ଦୁଇଦିନିଆ ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତା ଉତ୍ସାହ ଓ କ୍ରୀଡ଼ାମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଶୃଙ୍ଖଳା, କ୍ରୀଡ଼ା ମନୋଭାବ ଓ ଭାଇଚାରାର ବାର୍ତ୍ତା ପ୍ରସାର ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଖଜୁରୀପଡ଼ା ଦଳକୁ ପରାସ୍ତ କରି ଫୁଲବାଣୀ ଦଳ ଚମ୍ପିଆନ୍ ହୋଇଥିଲା।

ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍ – ସମୀକ୍ଷା

ଖେଳକୁ ମୁଖ୍ୟ ରେଫରି ପପୁନ୍ ପ୍ରଧାନ ପରିଚାଳନା କରିଥିବା ବେଳେ ଧବଳେଶ୍ୱର ମଲ୍ଲିକ, ତେଜସ୍, ବବୁଲ, ମୁନା ଓ ଅଂଶୁମାନ ସହଯୋଗ କରିଥିଲେ ।ପ୍ରତିଯୋଗିତାକୁ ଅବସରପ୍ରାପ୍ତ ଫରେଷ୍ଟର ଚତୁର୍ଭୁଜ ମଲ୍ଲିକ ଫିତା କାଟି ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ବିଜେପି ମଣ୍ଡଳ ସଭାପତି ରଞ୍ଜନ କହଁର ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମଣ୍ଡଳ ସାଧାରଣ ସମ୍ପାଦକ ଦଶରଥ ସାହୁ, ଶିକ୍ଷକ ନବୀନ କହଁର, ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର, ଦୂର୍ଗାଦେବୀ ଯୁବକ ସଂଘ ସଭାପତି ଅଜୟ କୁମାର ସେଠୀ, ବୁଥ୍ ସଭାପତି ଦେବରାଜ ମୁଖି ଓ କୁଇ ସମାଜ ଶଢ଼ ମୁଠା ସଭାପତି ଭାଗିରଥୀ କହଁର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ବିଜେତା ଫୁଲବାଣୀ ଓ ଉପବିଜେତା ଖଜୁରୀପଡ଼ା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମନୋଜ ସେଠୀ, ଆଶୁତୋଷ ମୁଖି, ତେଜସ ଦେହୁରୀ, ଅଂଶୁମାନ ଦେହୁରୀ, ଆକାଶ ସେଠୀଙ୍କ ସମେତ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଅଣ୍ଡର-୧୯ ଫୁଟବଲ୍ ପ୍ରତିଯୋଗିତାରେ ଖଜୁରୀପଡ଼ାକୁ ହରାଇ ଫୁଲବାଣୀ ଚମ୍ପିଆନ୍ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କାନ୍ଦୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ.. ଦୁଃଖ ବୁଝିବ କିଏ :ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟର ମନମାନି, ଅର୍ଥ ଲାଳସାରେ ଅଟକିଛି କି ବକେୟା ପ୍ରାପ୍ୟ