ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ – ସମୀକ୍ଷା ଖବର

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର

ଭୁବନେଶ୍ବର/କଟକ, ୨୪ ସେପ୍ଟେମ୍ବର ୨୦୨୬: କଟକସ୍ଥିତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ପରିସରରେ ଆଜି ବିଶ୍ୱ ସାମୁଦ୍ରିକ ଦିବସ-୨୦୨୬ ପାଳିତ ହୋଇଛି। ଜଳ ସମ୍ପଦ ବିଭାଗ ଏବଂ ସାମୁଦ୍ରିକ ସଂଗ୍ରହାଳୟ ସହ ସଂପୃକ୍ତ ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଗୌରବମୟ ସାମୁଦ୍ରିକ ପରମ୍ପରା ଓ ଐତିହ୍ୟକୁ ସ୍ମରଣ କରିଥିଲେ। ଏହି ଅବସରରେ ସାମୁଦ୍ରିକ ଐତିହ୍ୟକୁ ଆଧାର କରି ବାଲୁକା ଶିଳ୍ପ ପ୍ରଦର୍ଶନ କରାଯାଇଥିବାବେଳେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ, ସମୁଦ୍ରଯାତ୍ରା, ବିଦେଶୀ ବାଣିଜ୍ୟିକ ସମ୍ପର୍କ ଓ ନୌଚାଳନା ପରମ୍ପରା ସମ୍ପର୍କିତ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିସହ ରାଜ୍ୟ ସଂଗ୍ରହାଳୟର ଚୟନିତ ଐତିହାସିକ କଳାକୃତି ଓ ପ୍ରତ୍ନବସ୍ତୁ ପ୍ରଦର୍ଶିତ ହୋଇ ଓଡ଼ିଶାର ସାଂସ୍କୃତିକ ଓ ସାମୁଦ୍ରିକ ଐତିହ୍ୟର ବିବିଧ ଦିଗକୁ ପ୍ରତିଫଳିତ କରାଯାଇଥିଲା।

ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ – ସମୀକ୍ଷା
ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଳିଙ୍ଗା ଘାଟିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ: କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ