ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଲଘୁଚାପ ପ୍ରଭାବରୁ ଶାନ୍ତ ଚିଲିକା ଏବେ ହୋଇଛି ଅଶାନ୍ତ

ଲଘୁଚାପ ପ୍ରଭାବରୁ ଶାନ୍ତ ଚିଲିକା ଏବେ ହୋଇଛି ଅଶାନ୍ତ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ

ଖୋର୍ଦ୍ଧା ୨୫/୯/୨୬
ଲଘୁଚାପ ପ୍ରଭାବରେ ବେହାଲ ହୋଇଛି ସାରା ଓଡିଶା lତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବର୍ଷାରେ ଭିଜିଛି ସାରା ଓଡିଶା lଏହାର ପ୍ରଭାବ ମଧ୍ୟ ଚିଲିକା ରେ ଅନୁଭୂତ ହେଉଛି l ଶାନ୍ତ ଶୀତଳ ଜଳ ରାଶି ଏବେ ହୋଇ ଉଠିଛି ଅଶାନ୍ତ lଉଚ୍ଚ ଉଚ୍ଚ ଜୁଆର ଆସିବା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା l ଢେଉ ମାଡ଼ରେ ଭାଙ୍ଗି ରୁଜି ଯାଉଛି କେତେଗୁଡିଏ ଡ଼ଙ୍ଗା lଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଜେଟି ନିକଟରେ lଲଘୁଚାପ ଯୋଗୁଁ ଚିଲିକାରେ ଡ଼ଙ୍ଗା ବାହାଣକୁ ବାରଣ କରିଛି ପ୍ରଶାସନ l ଫଳରେ ମସ୍ୟଜୀବୀ ମାନେ ନିଜ ନିଜର ଡ଼ଙ୍ଗାକୁ ସୁରକ୍ଷିତ ଭାବେ ଜେଟି ନିକଟରେ ଖଟାଇ ରଖିଛନ୍ତି lତେବେ ପ୍ରବଳ ବର୍ଷା ଯୋଗୁଁ ଡ଼ଙ୍ଗା ଗୁଡିକରେ ପାଣି ଭର୍ତ୍ତି ହେବାରେ ଲାଗିଛି lଫଳରେ କେତେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଅନ୍ୟ କେତେକ ଡ଼ଙ୍ଗା ମଧ୍ୟ ଭାଙ୍ଗି ରୁଜି ଯାଇଥିବା ଜଣାପଡିଛି lତେଣୁ ବର୍ଷା ପରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଡ଼ଙ୍ଗାଗୁଡିକୁ ପୁନଃରୁଦ୍ଧାର କରିବାକୁ ସାଧାରଣ ରେ ଦାବି ହେଉଛି l

ଲଘୁଚାପ ପ୍ରଭାବରୁ ଶାନ୍ତ ଚିଲିକା ଏବେ ହୋଇଛି ଅଶାନ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭବାନୀପାଟଣାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର  ଶୁଭାରମ୍ଭ