ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସାଧନା ଜୁଏଲର୍ସ ଚୋରି ମାମଲାରେ ବଡ଼ ସଫଳତା,୨୩ ସୁନା ଅଳଙ୍କାର ସହ ବନ୍ଧୁକ ଓ ବାଇକ୍ ଜବତ; ୩ ଅଭିଯୁକ୍ତ ଗିରଫ

ସାଧନା ଜୁଏଲର୍ସ ଚୋରି ମାମଲାରେ ବଡ଼ ସଫଳତା,୨୩ ସୁନା ଅଳଙ୍କାର ସହ ବନ୍ଧୁକ ଓ ବାଇକ୍ ଜବତ; ୩ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ପାରାଦୀପ ତାରେଣୀଗଡା ଅଞ୍ଚଳର ସାଧନା ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ପାରାଦୀପ ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାର ଦୁଇ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ୨୩ଟି ଚୋରି ସୁନା ଅଳଙ୍କାର, ଗୋଟିଏ ବନ୍ଧୁକ ଏବଂ ଗୋଟିଏ ବଜାଜ ପଲସର ବାଇକ୍ ଜବତ କରିଛି। ସୂଚନା ଅନୁଯାୟୀ, ସାଧନା ଜୁଏଲର୍ସରୁ ସୁନା ଅଳଙ୍କାର ଚୋରି ହୋଇଥିବା ଖବର ପାଇବା ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଥାନା ଇନ୍‌ଚାର୍ଜ ବବିତା ଡେରି ଏବଂ ପାରାଦୀପ ସବ୍‌ଡିଭିଜନ୍‌ ଡିଏସ୍‌ପି ଇନ୍‌ଚାର୍ଜ ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଦୁଇଟି ପୋଲିସ ଟିମ୍‌ ଗଠନ କରାଯାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ତଲାସି ଓ ଛାନ୍‌ଭିନ୍‌ କରାଯାଇଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ସୁଶାନ୍ତ କୁମାର ସାହୁଙ୍କୁ ଧରିବାରେ ସଫଳ ହୋଇଥିଲା। ତାଙ୍କ ଘର ବାଲେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ସେ ପାରାଦୀପ ତାରେଣୀଗଡାରେ ରହୁଥିବା ଜଣାପଡ଼ିଛି। ସେ ଏଲାଣ୍ଟି କମ୍ପାନୀରେ ସୁପରିଣ୍ଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଥିବା ପୋଲିସ ସୂଚନାରୁ ଜଣାପଡ଼ିଛି।

ସାଧନା ଜୁଏଲର୍ସ ଚୋରି ମାମଲାରେ ବଡ଼ ସଫଳତା,୨୩ ସୁନା ଅଳଙ୍କାର ସହ ବନ୍ଧୁକ ଓ ବାଇକ୍ ଜବତ; ୩ ଅଭିଯୁକ୍ତ ଗିରଫ – ସମୀକ୍ଷା

ଅନ୍ୟପକ୍ଷରେ, ପାରାଦୀପ ଲକ୍ ଥାନା ଅଧୀନ ପାରାଦୀପଗଡ଼ ଗାଁରେ ଘଟିଥିବା ଅନ୍ୟ ଏକ ଚୋରି ମାମଲାରେ ମଧ୍ୟ ପୋଲିସକୁ ସଫଳତା ମିଳିଛି। ଦୁଇଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରର କବାଟ ଭାଙ୍ଗି ଦୁଇଟି ଟିଭି ସମେତ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିଲେ। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି। ପାରାଦୀପ ଲକ୍ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଏବଂ ପାରାଦୀପ ସବ୍‌ଡିଭିଜନ୍‌ ଡିଏସ୍‌ପି ଇନ୍‌ଚାର୍ଜ ରବୀନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଏହି ମାମଲାରେ ତ୍ୱରିତ ପଦକ୍ଷେପ ନେଇଥିଲା। ଗିରଫ ଅଭିଯୁକ୍ତ ଆଶୁତୋଷ ବେହେରାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ ହୋଇଥିବା ବେଳେ ସେ ଜିରୋ ପଏଣ୍ଟ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ଅଜୟ ଦାସ ନିମିଡ଼ିଆ ଅଞ୍ଚଳରେ ରହୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଉଭୟ ଚୋରି ଘଟଣାରେ ପୋଲିସର ତ୍ୱରିତ ତଦନ୍ତ ଓ ଅଭିଯୁକ୍ତଙ୍କ ଗିରଫକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବାକୁ ଥିବା ସୂଚନା ମିଳିଛି।

ସାଧନା ଜୁଏଲର୍ସ ଚୋରି ମାମଲାରେ ବଡ଼ ସଫଳତା,୨୩ ସୁନା ଅଳଙ୍କାର ସହ ବନ୍ଧୁକ ଓ ବାଇକ୍ ଜବତ; ୩ ଅଭିଯୁକ୍ତ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓଏମସି ପୁରୀ କୋଷ୍ଟାଲ ମାରାଥନ ପ୍ରୋମୋ ରନ୍ ସହ ମାଲକାନଗିରିରେ ଧୂମଧାମରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ