ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ

ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ – ସମୀକ୍ଷା ଖବର

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର :

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ଲିଙ୍ଗରାଜ ଥାନା କେଦାର ଲେନ୍‌ସ୍ଥିତ ତାଙ୍କ ବାସଭବନରେ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କଲେଜ କର୍ମଚାରୀ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଶେଷ ଶଯ୍ୟା ନିକଟରେ ପୁଅ, ବୋହୂ, ନାତି, ନାତୁଣୀଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ମନ୍ମଥ କୁମାର ନାୟକ ମୁଖାଗ୍ନି ଦେଇଥିଲେ।ସେ ଥିଲେ ସମସ୍ତଙ୍କ ପ୍ରିୟ “ମାଧବ ସାର୍”, ସରକାରୀ ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀସାଗରର ପୂର୍ବତନ ପ୍ରଧାନଶିକ୍ଷକ ତଥା ଆର୍ଯ୍ୟ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ଶ୍ରୀ ମାଧବାନନ୍ଦ ନାୟକଙ୍କ ୨୫ ସେପ୍ଟେମ୍ବର ୨୦୨୬ ପୂର୍ବାହ୍ନ ୧୧:୩୦ରେ ମଣିପାଲ ହସ୍ପିଟାଲ, ଭୁବନେଶ୍ୱରରେ ପରଲୋକ ଘଟିଛି।ଜଣେ ବିଶିଷ୍ଟ ଶିକ୍ଷାବିତ୍, ଦୂରଦର୍ଶୀ ମାର୍ଗଦର୍ଶକ ଓ ଅନୁଷ୍ଠାନ ଗଢ଼ିବାରେ ଅଗ୍ରଣୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ଅବଦାନ ଚିରସ୍ମରଣୀୟ। ତାଙ୍କ ବିୟୋଗ ଶିକ୍ଷାଜଗତ, ପରିବାର, ସହକର୍ମୀ ଓ ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅପୂରଣୀୟ କ୍ଷତି।

ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓଡ଼ିଶାରେ ₹୧,୦୦୦ କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ