ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ

ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନିଯୁଜ୍ :

ଆଜି ବରଗଡ଼ ବ୍ଳକ ଅନ୍ତର୍ଗତ ଗାଈସୀମା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ୱର ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ବରଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ବେରସିୟୁସ୍ ଡୁଙ୍ଗଡୁଙ୍ଗଙ୍କ ନେତୃତ୍ବରେ ସେବା ସଂକଳ୍ପ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ହିଁ ସେବା- ସ୍ୱଚ୍ଛ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।‌ ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ପରିସର ସଫା କରାଗଲା। ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ ବର୍ଜ୍ୟବସ୍ତୁ ସୁପରିଚାଳନା ଉପରେ ଗ୍ରାମ ପଞ୍ଚାୟତର ମହିଳାମାନଙ୍କ ଦ୍ୱାରା ସଚେତନତା କରାଯାଇଥିଲା। ପରେ ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ଉପରେ ସମସ୍ତେ ଶପଥ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗାଈସୀମା ସରପଞ୍ଚ ଧିରନ ମହାପାତ୍ରଙ୍କ ସହ କନିଷ୍ଠ ଯନ୍ତ୍ରୀ ଶିବମ ସୌରଭ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମିଲୁ ଭୋଇ,ବ୍ଳକ ପରିମଳ ସଂଯୋଜକ କମ୍ବୁପାଣି ସାହୁ, ୱାର୍ଡ ସଭ୍ୟ/ସଭ୍ୟା, ମନ୍ଦିର କମିଟି,ଏମବିକେ, ସିଆରପି, ମିଶନ ଶକ୍ତି ସଭ୍ୟା,ବ୍ୟାଙ୍କମିତ୍ର ସହ ଗ୍ରାମର ବହୁ ମହିଳା, ଯୁବକ ଏବଂ ଗ୍ରାମବାସୀବୃନ୍ଦ ଉପସ୍ଥିତ ଥିଲେ।

ଗାଈସୀମା ଶିବ ମନ୍ଦିରରେ ବିଶ୍ଵ ପର୍ଯ୍ୟଟନ ଦିବସ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏବଂ ସଚତନତା କାର୍ଯକ୍ରମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ମାଧବାନନ୍ଦ ନାୟକଙ୍କ ପରଲୋକ