ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର


​ଯଶୋବନ୍ତ ପରିଡା/.କପ୍ତିପଦା ଉପଖଣ୍ଡ/ ସମୀକ୍ଷା ନ୍ୟୁଜ:

କପ୍ତିପଦା ଅଞ୍ଚଳର ପୂର୍ବ ଗୌରବ ଓ ଐତିହ୍ୟକୁ ଫେରାଇ ଆଣିବା ଲକ୍ଷ୍ୟରେ ପ୍ରତିଷ୍ଠିତ “କପ୍ତିପଦା ମହୋତ୍ସବ”ର ଦ୍ୱିତୀୟ ବାର୍ଷିକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ସ୍ଥାୟୀ ସଭାପତି ମାକୁ ସିଂହଙ୍କ ସଭାପତିତ୍ୱରେ ଶିକ୍ଷାବିତ୍ ଶରତ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ମହାଳିକ, ଭରତ ବରାଳ, ନିରଞ୍ଜନ ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଭଗିରଥ ଦେହୁରୀଙ୍କ ସମେତ ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ​ସୂଚନାଯୋଗ୍ୟ ଯେ, ୨୦୧୧ ମସିହାରେ ପ୍ରଥମ ଥର ପାଇଁ ଏହି ମହୋତ୍ସବର ଶୁଭାରମ୍ଭ ହୋଇଥିଲେ ମଧ୍ୟ କରୋନା ମହାମାରୀ କାରଣରୁ ଏହା ବନ୍ଦ ରହିଥିଲା।

କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା

ତେବେ ଗତବର୍ଷ ଠାରୁ କପ୍ତିପଦା ଅଞ୍ଚଳର ଉଦୀୟମାନ ଯୁବକମାନଙ୍କ ପ୍ରଚେଷ୍ଟାରେ ଏହି ଅନୁଷ୍ଠାନକୁ ପୁନଃଉଜ୍ଜୀବିତ କରାଯାଇଥିଲା, ଯାହାକି ବେଶ୍ ଲୋକାଦୃତ ହୋଇପାରିଥିଲା। ଗତବର୍ଷ ୩ ଦିନ ଧରି ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ, ସେଲିବ୍ରିଟି ଓ ସିନେ ତାରକାମାନଙ୍କ ମଞ୍ଚ ପରିଚାଳନା ବେଶ୍ ଚିତ୍ତାକର୍ଷକ ଥିଲା। ​ତେବେ ଚଳିତ ବର୍ଷ କିଛି ନୂତନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ମହିଳା ସଶକ୍ତିକରଣ, ଦାତବ୍ୟ ଚିକିତ୍ସା ଶିବିର, ହଜିଯାଉଥିବା ଲୋକକଳା ପ୍ରଦର୍ଶନ ଏବଂ ସବୁଠୁ ବଡ଼ କଥା ହେଲା ଲୁପ୍ତପ୍ରାୟ ‘କପ୍ତିପଦା ପୂର୍ଣ୍ଣମାସୀ ଥିଏଟର’ର ଝୁମର ନାଟକକୁ ପୁନର୍ବାର ଜୀବିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
​ଶିକ୍ଷକ ରାଜକିଶୋର ବେହେରା ସଭା ପରିଚାଳନା କରିଥିବା ବେଳେ ସ୍ଥାୟୀ ସମ୍ପାଦକ ତପନ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କପ୍ତିପଦା ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୧୨୫ ବର୍ଷର ଗୌରବମୟ ଯାତ୍ରା: ଐତିହ୍ୟର ସ୍ମୃତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ