ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ଖବର:
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନନ୍ତପୁର ଜିପି ର ମଠ ବାଟବୃକ୍ଷ ତଳେ ଆଜି ଏକ ଚାପେ ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇଯାଇଛି | ଭାରତର ଯଶସ୍ବୀ ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ 25ବର୍ଷ ସେବା, ସଂକଳ୍ପ ଓ ସମର୍ପଣ ଉପରେ ଚର୍ଚ୍ଚା ହେବାର ବାର୍ତ୍ତା ବାଲିକୁଦା ଏରସମା ଯୁବନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ସାରଥୀ ମହାନ୍ତି, ନହରଣା ମଣ୍ଡଳ ମୁଖ୍ୟ କୃପାସିନ୍ଧୁ ମହାନ୍ତି,ସଚିବ ଅଶ୍ୱିନୀ ରାଉତ, ସମାଜ ସେବି ଭଗବାନ ମହାନ୍ତି କହିଛନ୍ତି |
ପ୍ରକାଶଯୋଗ୍ୟ ଯେ, ପ୍ରଧାନ ମନ୍ତ୍ରୀ ନରେଦ୍ର ମୋଦିଙ୍କର 25ବର୍ଷ ସେବା ଭାରତ ମାତାଙ୍କର କରିଚାଲିଛନ୍ତି |ସେ 13ବର୍ଷ ଗୁଜୁରାତ ମୁଖ୍ୟମନ୍ତ୍ରୀ ହେବା ପରେ 12 ବର୍ଷ ଭାରତର ପ୍ରଧାନ ମନ୍ତ୍ରୀ ପୁରା କରିଛନ୍ତି | ତାଙ୍କର ଏହି ବର୍ଷ 76ବର୍ଷ ଜନ୍ମ ଦିନ ପାଳନ ଉପଲକ୍ଷେ ଭାରତର ଜନସାଧାରଣ, କାର୍ଯ୍ୟ କର୍ତ୍ତା ତାଙ୍କ ଉଦେଶ୍ୟରେ ଶ୍ରଦ୍ଧା, ସହାନୁଭୂତି, ସଂମ୍ମାନ ଓ ଜନତା ଜନାର୍ଦ୍ଧନଙ୍କର ଆଶୀର୍ବାଦ ପ୍ରଦାନ କରୁଥିବାର ସେମାନେ ମତ ପ୍ରକାଶ କରିଛନ୍ତି |
ଏହି ପରିପ୍ରେକ୍ଷୀରେ 7 ପଂଚାୟତର ପ୍ରମୁଖ, ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା, ଯୁବକ, କୃଷକ, ମହିଳା, ଛାତ୍ର, ଗୋପାଳକ, ମସ୍ଚ୍ୟଜିବି ତଥା କ୍ଷୁଦ୍ର ବ୍ୟବସାୟୀ ବର୍ଗ ଉପସ୍ଥିତ ଥିଲେ |






