ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କୋମନା :ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କୋମନା :ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା /ସମୀକ୍ଷା ନ୍ୟୁଜ:
ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମାନିଗୁଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଗାଁରେ ପ୍ରଶାସନ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପବିତ୍ର କୁମାର ସାମଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଶିବିରର ସଭାପତି ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗେନ୍ଦ୍ର ବାଗ ସରପଞ୍ଚ, କୃଷ୍ଣ ଚନ୍ଦ୍ର ବେମାଲ ସମିତି ସଭ୍ୟ, କୋମନା ଗାଁରେ ପ୍ରଶାସନ ଅଭିଯୋଗ ସମାଧାନ ଶିବିର ମଞ୍ଚରେ ମଞ୍ଚାସୀନ ଥିଲେ । ତତ ସହିତ ପରିତୋଷ ମିଶ୍ର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ରୁଦ୍ର ନାଗ ବିପିସି ଆରଏଚ, ପୂର୍ଣଚନ୍ଦ୍ର ରାଉତ ଯୋଗାଣ ଅଧିକାରୀ, ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀ , ଜଳନ୍ଧର ତାଣ୍ଡି ଓଏଲଏମ ବିପିଏମ, ରବୀନ୍ଦ୍ର ନାଥ ବାରିକ ରାଜସ୍ବ ନିରୀକ୍ଷକ, ଅନିତା ଶବର ଜିଆରଏସ , ରୁଦ୍ର ହଂସ ଯୋଗାଣ ସହାୟକ, କମଳ ସାହୁ ସାନିଟେସନ କୋଡିନେଟର, ଗୁଣବନ୍ତି ପ୍ରଧାନୀ ଅଙ୍ଗନୱାଡି ସୁପରଭାଇଜର, ତୁଲେଶ୍ଵରୀ ମିଶ୍ର ଏମବିକେ, ୱାର୍ଡ ସଭ୍ୟସଭ୍ୟା, ସିଆରପି, ଇସି ମେମ୍ବର, ଆଶାକର୍ମୀ, ସମସ୍ତ ଅଙ୍ଗନବାଡ଼ି କର୍ମୀ, ଗାଁସାଥୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

କୋମନା :ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା

ଏହି ଶୁଣାଣି ରେ ମନରେଗା ଯୋଜନାର କାମ ଓ ପାଉଣା, ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା, ବାର୍ଦ୍ଧକ୍ୟ ପେନସନ ଯୋଜନା, ରାସ୍ତାଘାଟର ଉନ୍ନତିକରଣ,ଅନ୍ତ୍ୟୋଦୟ ଗୃହ ଯୋଜନା, ପାନୀୟ ଜଳର ବ୍ୟବସ୍ଥା,ଦାଦନ ମାନଂକୁ ଫେରସ୍ତ ଆଣି କାମ ଯୋଗାଇବା, ପୋଖରୀ ଖନନ, ଜମି ମରାମତି, ରାସ୍ତାଘାଟ ନିର୍ମାଣ, ଆଦି ଅନେକ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ବାର୍ଦ୍ଧକ୍ୟ ଭତ୍ତା ଓ ଗ୍ରାମୀଣ ଗୃହ, ରାସ୍ତା ନିର୍ମାଣ, ଅଙ୍ଗନୱାଡି ଘର ନିର୍ମାଣ କରିବା ପାଇଁ ଅଭିଯୋଗ ଆସିଥିଲ।କେତେକ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀମାନେ ହାତରେ ଭତ୍ତା ଦେବା ପାଇଁ ଅଭିଯୋଗ କରିଥିଲେ। ମାନିଗୁଡା ବସ୍ତି ଠାରୁ ନୂତନ ପଂଚାୟତ କାର୍ଯ୍ୟାଳୟକୁ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରିଥିଲେ। ପଂଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଜୀବିକା ମିଶନ ତରଫରୁ ରୋଜଗାର ଓ ଦକ୍ଷତା ଭିତ୍ତିକ ରୋଜଗାର ପାଇଁ ନିବେଦନ କରିଥିଲେ।ସମୁଦାୟ 37ଗୋଟି ଅଭିଯୋଗକାରୀ ଅଭିଯୋଗ କରିଥିଲେ।ସେଥିମଧ୍ୟରୁ ଦଶଗୋଟି ଗୋଷ୍ଠୀଗତ ଓ ସତେଇଶ ଗୋଟି ବ୍ୟକ୍ତିଗତ ଅଭିଯୋଗକାରୀ ଅଭିଯୋଗ କରିଥିଲେ। ଏହି ଗ୍ରାମପଞ୍ଚାୟତରେ ଆସିଥିବା ଅଭିଯୋଗ ର ତୁରନ୍ତ ସମାଧାନ ବିଡିଓ ପବିତ୍ର କୁମାର ସାମଲ କରିଥିଲେ ଓ କିଛି ଅଭିଯୋଗର ଉଚିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଂକୁ ଅବଗତ କରିଥିଲେ। କୁରେଶ୍ଵର ଗ୍ରାମ ରେ ନୂତନ ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ ଅଭିଯୋଗ କରିଥିଲେ। ସରପଞ୍ଚ ଯୋଗେନ୍ଦ୍ର ବାଗ ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବେଳେ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଓ ଜନସାଧାରଣଙ୍କ ସହଯୋଗ ହେଲେ ନିଶ୍ଚୟ ଭାବେ ମାନିଗୁଡା ପଂଚାୟତ ର ଉନ୍ନତି ହେବ ବୋଲି ମତ ପ୍ରକାଶ କରିଥିଲେ ।

କୋମନା :ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଣ୍ଟାବାଞ୍ଜିରେ ଆଇଜେୟୁ (ଓୟୁଡବ୍ଲୁଜେ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ