ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କଣ୍ଟାବାଞ୍ଜିରେ ଆଇଜେୟୁ (ଓୟୁଡବ୍ଲୁଜେ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜିରେ ଆଇଜେୟୁ (ଓୟୁଡବ୍ଲୁଜେ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା


କଣ୍ଟାବାଞ୍ଜି/ ବଲାଙ୍ଗୀର/ସମୀକ୍ଷା ନ୍ୟୁଜ/27/9/2026:
ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିଠାରେ ଆଜି ଆଇଜେୟୁ (ଓୟୁଡବ୍ଲୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ଓ ସଂଗଠନର ପଦାଧିକାରୀମାନେ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ଅଧିକାର ଓ ଦାବି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ସାମ୍ବାଦିକମାନେ କାର୍ଯ୍ୟ କରୁଥିବା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସାମ୍ବାଦିକଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା, ସାମ୍ବାଦିକଙ୍କ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ ଏବଂ ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ମତବିନିମୟ ହୋଇଥିଲା। ସାମ୍ବାଦିକମାନଙ୍କ ନ୍ୟାଯ୍ୟ ଦାବିକୁ ଏକଜୁଟ ହୋଇ ଉପସ୍ଥାପନ କରିବା ସହିତ ସାମ୍ବାଦିକ ସମାଜର ସ୍ୱାର୍ଥ ଓ ସମ୍ମାନ ରକ୍ଷା ପାଇଁ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

କଣ୍ଟାବାଞ୍ଜିରେ ଆଇଜେୟୁ (ଓୟୁଡବ୍ଲୁଜେ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା


ବୈଠକରେ ରାଜ୍ୟ ଉପସଭାପତି ଶ୍ରୀ ତ୍ରିଲୋଚନ ଖୁଣ୍ଟିଆ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଅଭିଷେକ କେଶରୀ ସିଂହ, ରାଜ୍ୟ ସମ୍ପାଦକ ଶ୍ରୀ ସୁଭାସିସ ନାଏକ, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅରୁଣ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଭୟ କୁମାର ଦୋରା ଓ ଶ୍ରୀ ଅଶୋକ ବାଗଙ୍କ ସମେତ ବିଭିନ୍ନ ଜିଲ୍ଲାର ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ଜିଲ୍ଲା ସଂଗଠନ ପକ୍ଷରୁ ଜିଲ୍ଲା ସଭାପତି ଜନାବ ଖାନ, ସାଧାରଣ ସମ୍ପାଦକ ବିନୟ କୁମାର ନନ୍ଦ, ଉପସଭାପତି ଧର୍ମେନ୍ଦ୍ର ନାଗ, କୋଷାଧ୍ୟକ୍ଷ ଘନ ନାଗ, ସମ୍ପାଦକ କଞ୍ଜର କାନ୍ତ ମୁନା ଓ ସମ୍ପାଦକ ଚନ୍ଦ୍ରଭାନୁ ପଧାନଙ୍କ ସହ ଦୋଲେଶ୍ୱର ମେହେର, ସୁମିତ୍ରା ବାରିକ, ଅଲେଖ ଦୀପ, ବାଲଗୋପାଳ ଥନାପତି, ରଞ୍ଜନ କୁମାର ବାଗ ଓ ସଇଁତଳା ସଭାପତି ବିକାଶ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।
କଣ୍ଟାବାଞ୍ଜିରୁ ଶିବଶଙ୍କର ବାଗ, ଶ୍ରୀତମ ରଞ୍ଜନ ପଣ୍ଡା ଓ ନସିବ ଖାନଙ୍କ ସମେତ ନୂଆପଡ଼ା ଜିଲ୍ଲାରୁ ଯୁବରାଜ ଜଗତ, ଯୁଗେଶ୍ୱର ସଗରିଆ, ସନ୍ତୋଷ ଦଣ୍ଡସେନା, ସନ୍ତୋଷ ନାଗ, ଲଛମନ ତାଣ୍ଡି ଓ କନକ ବେହେରା ଉପସ୍ଥିତ ଥିଲେ। ସେହିପରି କଳାହାଣ୍ଡି ଜିଲ୍ଲାରୁ ଈଶ୍ୱର ଚନ୍ଦ୍ର ନାଏକ, ଦେବଦତ୍ତ ବେହେରା ଓ ହେମନ୍ତ ରୟେଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ବହୁ ସଂଖ୍ୟକ ସଦସ୍ୟ ଓ ସାମ୍ବାଦିକ ଯୋଗଦେଇଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳର ସାମ୍ବାଦିକମାନଙ୍କ ମତାମତ ଓ ଅଭିଜ୍ଞତା ଉପରେ ଆଲୋଚନା କରାଯାଇ ସାମ୍ବାଦିକଙ୍କ ଦାବିଗୁଡ଼ିକୁ ସଂଗଠିତ ଭାବେ ଉପସ୍ଥାପନ କରିବା ପାଇଁ ମତ ପ୍ରକାଶ ପାଇଥିଲା। ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ସହ ସଂଗଠନର ଏକତା ଓ ଶୃଙ୍ଖଳା ବଜାୟ ରଖି ଆଗାମୀ ଦିନରେ ସାମ୍ବାଦିକ ସମାଜର ବିଭିନ୍ନ ସମସ୍ୟାକୁ ଅଧିକ ପ୍ରଭାବଶାଳୀ ଭାବେ ଉଠାଇବା ଉପରେ ଆଲୋଚନା ହୋଇଥିଲା। କଣ୍ଟାବାଞ୍ଜିରେ ଅନୁଷ୍ଠିତ ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସାମ୍ବାଦିକ ସମାଜର ସମସ୍ୟା ଓ ଦାବିଗୁଡ଼ିକୁ ଏକ ମଞ୍ଚରେ ଆଣିବା ସହ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ ଭାବେ ପରିଗଣିତ ହୋଇଛି।

କଣ୍ଟାବାଞ୍ଜିରେ ଆଇଜେୟୁ (ଓୟୁଡବ୍ଲୁଜେ) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଝାରସୁଗୁଡା ପୌର ପରିଷଦରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର