ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଝାରସୁଗୁଡା ପୌର ପରିଷଦରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଝାରସୁଗୁଡା ପୌର ପରିଷଦରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା

ଝାରସୁଗୁଡ଼ା, ୨୮/୯ : ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ସଶକ୍ତୀକରଣ ଓ ସରକାରୀ ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ (BBSA) ଶିବିର ଆୟୋଜିତ ହୋଇଛି l ଶିବିରରେ ମୋଟ ୧୫୮ ଜଣ ଯୋଗଦେଇଥିବା ବେଳେ ୬୫ ଜଣ ଭିନ୍ନକ୍ଷମ ହିତାଧିକାରୀ ପଞ୍ଜୀକୃତ ହୋଇଥିଲେ l ଶିବିରରେ ବିଭିନ୍ନ ସହାୟକ ଉପକରଣ ପାଇଁ ମୋଟ ୫୫ଟି ଆବେଦନ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ୨ଟି ମାନୁଆଲ୍ ଟ୍ରାଇସାଇକେଲ୍, ୪ଟି ମାନୁଆଲ୍ ହ୍ୱିଲ୍‌ଚେୟାର ଓ ୮ଟି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି l ଅନ୍ୟପକ୍ଷରେ, ମୋଟରଚାଳିତ ଟ୍ରାଇସାଇକେଲ୍ ପାଇଁ ୬ଟି, ମୋଟରଚାଳିତ ହ୍ୱିଲ୍‌ଚେୟାର ପାଇଁ ୧୨ଟି, ହାଟିବା ସହାୟକ ଉପକରଣ ପାଇଁ ୩ଟି, କୃତ୍ରିମ ଅଙ୍ଗ ପାଇଁ ୩ଟି, ବ୍ରେଲି/ଲୋ-ଭିଜନ୍ ସହାୟକ ଉପକରଣ ପାଇଁ ୪ଟି ଏବଂ କନ୍ଧି ବ୍ରେସ୍‌ ଓ ଏଲ୍‌ଏସ୍‌ ବେଲ୍ଟ ଓ ଇଲେକ୍ଟ୍ରିକ୍ ସ୍କୁଟି ପାଇଁ ଗୋଟିଏ ଲେଖାଏଁ ଆବେଦନ ଗ୍ରହଣ କରାଯାଇଛି l ଏଥିସହ ସରକାରୀ ସାମାଜିକ ସୁରକ୍ଷା ଓ ଶିକ୍ଷା ସମ୍ବନ୍ଧୀୟ ସୁବିଧା ମଧ୍ୟରୁ ବାଣୀଶ୍ରୀ ଯୋଜନା ପାଇଁ ୪ଟି, ମଧୁବାବୁ ପେନ୍‌ସନ ଯୋଜନା ପାଇଁ ୨ଟି ଏବଂ ୟୁଡିଆଇଡି ପଞ୍ଜୀକରଣ ପାଇଁ ୩ଟି ଆବେଦନ ଗ୍ରହଣ କରାଯାଇଛି l କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେଣୁ ଗୋପାଳ ପାଣିଗ୍ରାହୀ ଓ ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ, କାଉନସିଲର ଦେବବ୍ରତ ପାଣ୍ଡେଙ୍କ ସହ ବିଭିନ୍ନ ୱାର୍ଡର କାଉନସିଲର ଉପସ୍ଥିତ ରହି ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାଏକ ଶିବିର ପରିଚାଳନା କରିଥିବା ବେଳେ ପୌର ପରିଷଦର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ l

ଝାରସୁଗୁଡା ପୌର ପରିଷଦରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କାଲିମେଳା ପଞ୍ଚାୟତ ସମିତିଠାରେ ସେବା ସେତୁ ଅଭିଯାନ ଓ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ, ୧୧୩ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ