ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି

ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି – ସମୀକ୍ଷା ଖବର
ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି – ସମୀକ୍ଷା

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ:

ହୀରାକୁଦ ଜଳଭଣ୍ଡାରର ୨୮ଟି ସ୍ଲୁଇସ୍ ଗେଟ୍ ଖୋଲାଯିବା ଫଳରେ ସୃଷ୍ଟି ହୋଇଥିବା ପଛୁଆ ଜଳ (ବ୍ୟାକ୍ ୱାଟର୍) ପ୍ରଭାବରେ ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ଘୁଗୁରାପାଲି ଓ ବେନିଆପାଲି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପଦପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ, ପଞ୍ଚାୟତ ସମିତି, ଅଗ୍ନିଶମ ବାହିନୀ ଏବଂ ପୋଲିସ ପ୍ରଶାସନର ଏକ ମିଳିତ ଟିମ୍‌ ଦ୍ୱାରା ତୁରନ୍ତ ବ୍ୟାପକ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହିସବୁ ପ୍ରଭାବିତ ଗ୍ରାମଗୁଡ଼ିକରୁ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହିତ ବିପନ୍ନମାନଙ୍କୁ ଆଶ୍ରୟସ୍ଥଳୀଗୁଡ଼ିକରେ ସୁରକ୍ଷିତ ରଖାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ଏହି ସମ୍ପୂର୍ଣ୍ଣ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍‌ ପରିଚାଳନା କାର୍ଯ୍ୟସୂଚୀକୁ ଅତିରିକ୍ତ ତହସିଲଦାର, ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ (ଏବିଡିଓ), ଅଗ୍ନିଶମ ଅଧିକାରୀଙ୍କ, ରାଜସ୍ୱ ନିରୀକ୍ଷକ, ଜି.ପି. ଡି. ଓ, ସରପଞ୍ଚ, ପି. ଇ.ଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ କରାଯାଉଛି। ପ୍ରଶାସନ ପକ୍ଷରୁ ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚବିଶ ଘଣ୍ଟିଆ ନଜର ରଖାଯିବା ସହ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି।

ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି – ସମୀକ୍ଷା

ପ୍ରଶାସନିକ ତଥ୍ୟ ଅନୁଯାୟୀ, ଅନ୍ତରାଡ଼ି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ସମୁଦାୟ ୩୦୫ ଜଣଙ୍କୁ ଆଶ୍ରୟ ଦିଆଯାଇଛି, ଯେଉଁଥିରେ ୧୪୭ ଜଣ ପୁରୁଷ, ୯୫ ଜଣ ମହିଳା, ୪ ଜଣ ଗର୍ଭବତୀ ମହିଳା, ୩୪ ଜଣ ବୃଦ୍ଧବୃଦ୍ଧା ଏବଂ ୨୫ ଜଣ ଶିଶୁ ସାମିଲ ଅଛନ୍ତି। ସେହିପରି ଘୁଗୁରାପାଲି ବିଦ୍ୟାଳୟଠାରେ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ସମୁଦାୟ ୧୫୨ ଜଣ ବନ୍ୟାବିପନ୍ନ ରହିଛନ୍ତି, ଯେଉଁଥିରେ ୬୫ ଜଣ ପୁରୁଷ, ୬୧ ଜଣ ମହିଳା, ୧ ଜଣ ଗର୍ଭବତୀ ମହିଳା, ୮ ଜଣ ବୃଦ୍ଧବୃଦ୍ଧା ଓ ୧୭ ଜଣ ଶିଶୁ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ଗନ୍ଥିଆପାଲି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ୧୫୫ ଜଣ ପୁରୁଷ, ୭୫ ଜଣ ମହିଳା, ୨୦ ଜଣ ଶିଶୁ ଏବଂ ୩ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ରଖାଯାଇ ଆବଶ୍ୟକୀୟ ରିଲିଫ୍ ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସମସ୍ତ ଆଶ୍ରୟସ୍ଥଳୀରେ ବନ୍ୟାବିପନ୍ନମାନଙ୍କ ପାଇଁ ପାନୀୟ ଜଳ, ବିଶୁଦ୍ଧ ଖାଦ୍ୟ ଓ ଜରୁରୀ ସ୍ୱାସ୍ଥ୍ୟ ସେବାର ସୁବିଧା ପ୍ରଶାସନ ପକ୍ଷରୁ ସୁନିଶ୍ଚିତ କରାଯାଇଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜଳସ୍ତର ହ୍ରାସ ନପାଇବା ପର୍ଯ୍ୟନ୍ତ ଏହି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗାଇସିଲେଟ :ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର