ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମହିଳା କନଷ୍ଟେବଳ ଙ୍କ ସ୍ଵାମୀ କୁ ଗୁଳିକରି ହତ୍ୟା

ମହିଳା କନଷ୍ଟେବଳ ଙ୍କ ସ୍ଵାମୀ କୁ ଗୁଳିକରି ହତ୍ୟା – ସମୀକ୍ଷା ଖବର


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି /କେନ୍ଦୁଝର /ସମୀକ୍ଷା ନିୟୁଜ୍:

ପାଟଣା:୨୯/୯,କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ଥାନା ରେ କାର୍ଯରତ ମହିଳ କନେଷ୍ଟବଳ ତୁଳସୀ ମହାନ୍ତ ଙ୍କ ସ୍ଵାମୀ ତ୍ରିଲୋଚନ ମହାନ୍ତ କୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଗୁଳିକରି ହତ୍ୟା କରିଛନ୍ତି l ଏହିପରି ଲୋମହର୍ଷଣକାରୀ ଘଟଣା ଗତକାଲି ରାତି ୧୦ ଟା ଘଟିଯାଇଛି l ତାଙ୍କ ସ୍ଵାମୀ ପାଟଣl ଥାନା କେନ୍ଦେଇପସି ଛକରେ ମୋବାଇଲ ଦୋକାନ ଦେଇଥିଲେ l ଗତକାଲି ସେ ଦୁଇଲକ୍ଷ ରୁ ଉର୍ଦ୍ଧ ଟଙ୍କା ସମେତ ଲାପଟପ ନେଇ ଆସୁଥିବା ବେଳେ ଟାଙ୍ଗରପଡା ହନୁମାନ ଛକ ନିକଟରେ ଦୁର୍ବୃତ୍ତମାନେ ଗୁଳିକରି ଥିଲେ l ତାଙ୍କୁ ଗୁଳିମାଡ ହେଲାପରେ ସେ ଫୋନ ଯୋଗେ ତାଙ୍କ ସ୍ତ୍ରୀ କୁ କହିଥିଲେ l ପାଟଣା ଥାନା ଅଧିକାରୀ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ l ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ତାଙ୍କ ନିଜଘର ଖଜିରାପସି ଗ୍ରାମରେ l ଏ ଘଟଣା ଆଜି ସମଗ୍ର ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଛି l ତେବେ ଘଟଣା ଘଟିଥିବା ସ୍ଥାନ ଟି ତୁରୁମୁଙ୍ଗl ଥାନାରେ ଯାଉଛି l

ମହିଳା କନଷ୍ଟେବଳ ଙ୍କ ସ୍ଵାମୀ କୁ ଗୁଳିକରି ହତ୍ୟା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅମ୍ବାଭୋନା ବ୍ଲକରେ ବନ୍ୟା ସ୍ଥିତି, ବ୍ୟାପକ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି