ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍

ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍ – ସମୀକ୍ଷା ଖବର


ବଲାଙ୍ଗୀର ରୁ ଜନାବ ଖାନଙ୍କ ରିପୋର୍ଟ/ସମୀକ୍ଷା ନ୍ୟୁଜ:

କଣ୍ଟାବାଞ୍ଜି ସାପ୍ତାହିକ ବଜାରରେ ପ୍ରଶାସନର ପଦକ୍ଷେପ; ଗରିବ ପରିବାରଙ୍କୁ ମିଳିବ ସାମାଜିକ କାର୍ଯ୍ୟ ପାଇଁ ସୁବିଧାବଲାଙ୍ଗୀର : କଣ୍ଟାବାଞ୍ଜି ସାପ୍ତାହିକ ବଜାର ମଧ୍ୟରେ ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିବା କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍‌କୁ ଏବେ ଉଦ୍ଧାର କରାଯିବ। ଏନେଇ କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଅବ୍ୟବହୃତ ଓ ଅବହେଳିତ ହୋଇ ପଡ଼ିଥିବା ଏହି ଦୁଇଟି ସୁବିଧା ପୁଣିଥରେ ଲୋକଙ୍କ କାମରେ ଆସିବ ବୋଲି ଆଶା ସୃଷ୍ଟି ହୋଇଛି। କଣ୍ଟାବାଞ୍ଜି ଅଞ୍ଚଳର ଗରିବ ଓ ଆର୍ଥିକ ଦୁର୍ବଳ ପରିବାରଗୁଡ଼ିକ ନିଜର ବିବାହ, ବ୍ରତ, ସାମାଜିକ କାର୍ଯ୍ୟ ସମେତ ବିଭିନ୍ନ ଆୟୋଜନ ପାଇଁ ଯେପରି ସୁଲଭ ମୂଲ୍ୟରେ ସ୍ଥାନ ପାଇପାରିବେ, ସେହି ଉଦ୍ଦେଶ୍ୟରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବ ଓ ବିଭିନ୍ନ ଅବ୍ୟବସ୍ଥା କାରଣରୁ ଦୀର୍ଘ ସମୟ ଧରି ଏହା ଲୋକଙ୍କ ବ୍ୟବହାରରେ ଆସିପାରୁନଥିବା ଅଭିଯୋଗ ରହିଛି।
କଲ୍ୟାଣ ମଣ୍ଡପର ଅବ୍ୟବହାର ପଛରେ ପାଣିର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ସାମ୍ନାକୁ ଆସିଛି। ସାମାଜିକ କାର୍ଯ୍ୟ ପାଇଁ ଶତାଧିକ ଲୋକ ଏକାଠି ହେଉଥିବା ବେଳେ ପାଣିର ଆବଶ୍ୟକତା ଅତ୍ୟଧିକ। ତେଣୁ ନିରନ୍ତର ପାଣି ଯୋଗାଣ ବ୍ୟବସ୍ଥା ବିନା କଲ୍ୟାଣ ମଣ୍ଡପକୁ ଲୋକଙ୍କ ପାଇଁ ପୂର୍ଣ୍ଣ ଭାବେ ଉପଯୋଗୀ କରିବା ସମ୍ଭବ ନୁହେଁ।

ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍ – ସମୀକ୍ଷା


ଏହା ସହିତ ବଜାରକୁ ଆସୁଥିବା ବ୍ୟବସାୟୀ, ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ସ୍ଥାପିତ ପାଣି ଏଟିଏମ୍‌ ମଧ୍ୟ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ରହିଥିବା ନେଇ ଅଭିଯୋଗ ରହିଛି। ଫଳରେ ଲୋକଙ୍କୁ ପାନୀୟ ଜଳ ପାଇଁ ଅସୁବିଧା ଭୋଗିବାକୁ ପଡ଼ୁଛି। ପ୍ରଶାସନ ପକ୍ଷରୁ ଉଦ୍ଧାର ପଦକ୍ଷେପ ନିଆଯିବାର ସୂଚନା ପରେ ସାଧାରଣରେ ଆଶା ବଢ଼ିଛି। ତେବେ କେବଳ ମରାମତି କରି ଛାଡ଼ିଦେବା ପରିବର୍ତ୍ତେ ଏହାର ନିୟମିତ ରକ୍ଷଣାବେକ୍ଷଣ ଓ ପାଣି ଯୋଗାଣର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସରକାରୀ ଅର୍ଥରେ ନିର୍ମିତ ଏହି ଭିତ୍ତିଭୂମି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ରହିବା ପରେ ଏବେ ଯଦି ପୁଣି ଲୋକଙ୍କ କାମରେ ଲାଗେ, ତେବେ ଏହା ଗରିବ ଓ ସାଧାରଣ ପରିବାର ପାଇଁ ବଡ଼ ସୁବିଧା ହେବ। ତେଣୁ ପ୍ରଶାସନ ଶୀଘ୍ର ମରାମତି କାମ ଆରମ୍ଭ କରି କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ବହୁ ବର୍ଷର ଅବହେଳା ପରେ ଉଦ୍ଧାର ହେବ କଲ୍ୟାଣ ମଣ୍ଡପ ଓ ପାଣି ଏଟିଏମ୍ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପଣ୍ଡରେନ୍‌ରୁ ଜାମକି ଯିବା ରାସ୍ତା ଶୋଚନୀୟ