ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାରାଦୀପ ଅବକାରୀ ବିଭାଗର ଚଢ଼ାଉ

ପାରାଦୀପ ଅବକାରୀ ବିଭାଗର ଚଢ଼ାଉ – ସମୀକ୍ଷା ଖବର


ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ଗଞ୍ଜେଇ ଓ ଅବକାରୀ ମାମଲାରେ ୪ ଜଣ ଗିରଫ: ପାରାଦୀପ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଓ ବେଆଇନ ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। (କ) ପାରାଦୀପ ଅବକାରୀ ରେଞ୍ଜ: ନିମିଢ଼ି ଗ୍ରାମ ରାସ୍ତା ନିକଟରେ ଚଢ଼ାଉ କରାଯାଇ ୧୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବାବେଳେ ବିକ୍ରି ଟଙ୍କା ୧ ଲକ୍ଷ ୧୬ ହଜାର ୨୦୦ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ନିମିଢ଼ି ଗ୍ରାମର ଅମ୍ବିଳା ସ୍ୱାଇଁ (୪୮) ଓ ଲୋକନାଥ ସ୍ୱାଇଁ (୪୬)ଙ୍କୁ ଗିରଫ କରାଯାଇଛି।(ଖ) ପାରାଦୀପ ଅବକାରୀ ଥାନା: ପୃଥକ ଦୁଇଟି ଅବକାରୀ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ରଙ୍ଗିଆଗଡ଼ ଅଞ୍ଚଳର ରବୀନ୍ଦ୍ର ମଲ୍ଲିକ (୩୨)ଙ୍କ ଠାରୁ ୩.୬୦୦ ଲିଟର ଆଇଏମ୍‌ଏଫ୍‌ଏଲ୍‌ ଜବତ ହୋଇଛି। ସେହିପରି ବୌରିଆପାଳନ୍ଦା ଅଞ୍ଚଳର କବୀର ବିଶ୍ୱାଳ (୫୯)ଙ୍କ ଠାରୁ ୩.୨୪୦ ଲିଟର ଆଇଏମ୍‌ଏଫ୍‌ଏଲ୍‌ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ସମ୍ପୃକ୍ତ ମାମଲା ରୁଜୁ କରାଯାଇ ଆଇନାନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇଛି।

ପାରାଦୀପ ଅବକାରୀ ବିଭାଗର ଚଢ଼ାଉ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ