ତୁଷାରକାନ୍ତ ତ୍ରିପାଠୀ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:
କେନ୍ଦୁଝର:୩୦/୯,ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକରେ ସଫାଇ ମିତ୍ର ସୁରକ୍ଷା ଓ ସମ୍ମାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱଚ୍ଛତା କର୍ମୀମାନେ ଯୋଗଦେଇଥିଲେ।ଶିବିରରେ କେନ୍ଦ୍ର ସରକାରଙ୍କ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଏହାସହ ସ୍ୱଚ୍ଛତା ଶପଥ ପାଠ, ସ୍ୱଚ୍ଛତା କର୍ମୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷା ଉପକରଣ (PPE Kit) ବଣ୍ଟନ କରାଯାଇଥିଲା।ଏଥିସହ ସ୍ୱଚ୍ଛତା କର୍ମୀମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପାଇଁ ଆବଶ୍ୟକ ସୂଚନା ଓ ସହାୟତା ପ୍ରଦାନ କରାଯାଇଥିଲା। ସୁରକ୍ଷା ଉପକରଣର ସଠିକ୍ ବ୍ୟବହାର ନେଇ ପ୍ରଦର୍ଶନ ମଧ୍ୟ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍ୱଚ୍ଛତା କର୍ମୀମାନଙ୍କ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା। ସ୍ୱଚ୍ଛତା କର୍ମୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନକୁ ଗୁରୁତ୍ୱ ଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାପଡ଼ିଛି।






