ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କନ୍ଧମାଳରେ କ୍ରୀଡ଼ା ପ୍ରତିଭାର ମହାମିଳନ

କନ୍ଧମାଳରେ କ୍ରୀଡ଼ା ପ୍ରତିଭାର ମହାମିଳନ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:

କନ୍ଧମାଳ ଜିଲ୍ଲାରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାର ଅନ୍ୱେଷଣ ଓ ବିକାଶ ଲକ୍ଷ୍ୟରେ ୨୦୨୬-୨୭ ଶିକ୍ଷାବର୍ଷର ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କ୍ରୀଡ଼ା ମହୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୬୫୦ ଛାତ୍ରଛାତ୍ରୀ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦି ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟଜିତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ପ୍ରାୟ ୭୫ ଜଣ ଅଧିକାରୀ, ଶାରୀରିକ ଶିକ୍ଷକ ଓ ପ୍ରଶିକ୍ଷକ ପ୍ରତିଯୋଗିତାର ପରିଚାଳନାରେ ସାମିଲ ହୋଇଥିଲେ। ପ୍ରତିଯୋଗିତାରେ ଫୁଟବଲ, ଆଥଲେଟିକ୍ସ, ତିରନ୍ଦାଜୀ, ରଗବୀ ଓ ସାଇକିଲିଂ ଭଳି ବିଭିନ୍ନ କ୍ରୀଡ଼ା ସାମିଲ ହୋଇଥିଲା। ଫୁଟବଲରେ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଏବଂ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରତିଯୋଗିତା ହୋଇଥିଲା। ସେହିପରି ଆଥଲେଟିକ୍ସ ଓ ତିରନ୍ଦାଜୀରେ ୧୪ ଓ ୧୭ ବର୍ଷରୁ କମ୍ ବାଳକ-ବାଳିକା, ରଗବୀରେ ୧୪ ବର୍ଷରୁ କମ୍ ଏବଂ ସାଇକିଲିଂରେ ୧୭ ବର୍ଷରୁ କମ୍ ବର୍ଗରେ ପ୍ରତିଯୋଗିତା ହୋଇଥିଲା।

କନ୍ଧମାଳରେ କ୍ରୀଡ଼ା ପ୍ରତିଭାର ମହାମିଳନ – ସମୀକ୍ଷା


ବିଭିନ୍ନ ଇଭେଣ୍ଟରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭାର ପରିଚୟ ଦେଇଥିଲେ। ବିଦ୍ୟାଳୟସ୍ତରରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ଓ ଉଚ୍ଚସ୍ତରୀୟ ପ୍ରତିଯୋଗିତାର ସୁଯୋଗ ପ୍ରଦାନ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। କ୍ରୀଡ଼ା ମାଧ୍ୟମରେ ଶାରୀରିକ ଦକ୍ଷତା ସହିତ ଶୃଙ୍ଖଳା, ପ୍ରତିଯୋଗିତାମୂଳକ ମନୋଭାବ ଓ ଦଳଗତ ଭାବନାର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କନ୍ଧମାଳର କ୍ରୀଡ଼ା ପ୍ରତିଭା ଶ୍ରାବଣୀ ନନ୍ଦଙ୍କ ଅଲିମ୍ପିକ୍ ସଫଳତା ଜିଲ୍ଲାର ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଅବସରରେ ମତ ପ୍ରକାଶ ପାଇଥିଲା। ଆବଶ୍ୟକ ପ୍ରଶିକ୍ଷଣ ଓ କ୍ରୀଡ଼ା ଭିତ୍ତିଭୂମିର ସୁଯୋଗ ମିଳିଲେ କନ୍ଧମାଳରୁ ଆଗାମୀ ଦିନରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଭା ଉଦୟ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାଶ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସୀମାଞ୍ଚଳ ସ୍ୱାଇଁ ଓ ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ଦାଶ ଯୋଗଦେଇଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶାରୀରିକ ଶିକ୍ଷକ-ଶିକ୍ଷିକା, ପ୍ରଶିକ୍ଷକ, ରେଫରୀ, ବିଚାରକ ଓ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଗାମୀ ଉଚ୍ଚସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତିଭା ଚୟନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୟୁରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଭଂଜସେନାର ଦାବି