ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଏଚ ଆଇ ଭି/ ଏଡ଼ସ୍ ସଚେତନତା ପାଇଁ ରେଡ଼ ରନ ପାଇଁ ମାରାଥନ ୪.୦ ଅନୁଷ୍ଠିତ

ଏଚ ଆଇ ଭି/ ଏଡ଼ସ୍ ସଚେତନତା ପାଇଁ ରେଡ଼ ରନ ପାଇଁ ମାରାଥନ ୪.୦ ଅନୁଷ୍ଠିତ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୧ ଅକ୍ଟୋବର : ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଏବଂ ଜିଲ୍ଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୁଲ୍ୟରେ ରେଡ୍ ରନ୍ ୪.୦ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ମାରାଥନ ରେ ୧୦ ଗୋଟି ମହାବିଦ୍ୟାଳୟର ୬୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଯୁବ ଗୋଷ୍ଠୀ ମଧ୍ୟରେ ଏଚ ଆଇ ଭି ଏଡ୍ ସ କୁ ପ୍ରଭାବ ଓ ସୁରକ୍ଷା ବାର୍ତ୍ତା ତଥା ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ମାରାଥନ୍ କୁ ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ କୁମାର ମିତ୍ର, ଡି ଏମ ଓ, ଜନସ୍ୱାସ୍ଥ୍ୟ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର, ଜିଲ୍ଲା ନୋଡାଲ ଅଧିକାରୀ,ଏଚ ଆଇ ଭି ଏଡ୍ ସ୍, ଡାକ୍ତର ସୁବ୍ରତ କୁମାର ତ୍ରିପାଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଗଣଦୌଡ ସି ଡି ଏମ ଓ କାର୍ଯ୍ୟାଳୟରୁ ବାହାରି, ଖୋରଧା ପେଟ୍ରୋଲ ପମ୍ପ,ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପୁନଃଶ୍ଚ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ କି ମୀ ଅତିକ୍ରମ କରି ପହଞ୍ଚି ଥିଲା l

ଏଚ ଆଇ ଭି/ ଏଡ଼ସ୍ ସଚେତନତା ପାଇଁ ରେଡ଼ ରନ ପାଇଁ ମାରାଥନ ୪.୦ ଅନୁଷ୍ଠିତ – ସମୀକ୍ଷା

ପରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରଥମ ସ୍ଥାନ ଅଧିକାର କରିଥିବା ଚନ୍ଦନ ସାମଲ, ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅନୱର୍ ଖାନ୍, ପ୍ରାଣ ନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଖୋରଧା, ତୃତୀୟ ସ୍ଥାନ ଅଧିକାର କରିଥିବା ଚିତ୍ତରଞ୍ଜନ ରାଉତ, ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ ଙ୍କୁ ଅର୍ଥରାଶି ଶହ ମାନପତ୍ର ପ୍ରଦାନ କରିଥିଲେ l ବାଳିକା ଉଇଂରେ ବର୍ଷାରାଣୀ ପ୍ରଧାନ,ଡି ସି ସି, ମହାବିଦ୍ୟାଳୟ, ଟାଙ୍ଗୀ, ପ୍ରଥମ,ପ୍ରୀୟାଂଶି ପ୍ରିୟଦର୍ଶିନୀ ସାହୁ , ସୈନ୍ୟବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ ଦ୍ୱିତୀୟ, ସ୍ୱର୍ଣଲତା ଜେନା, ସୈନ୍ୟ ବାହିନୀ ନିଯୁକ୍ତି ଅନୁଷ୍ଠାନ, ଜଟଣୀ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ ହୋଇଥିଲେ l ଉକ୍ତ ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ l କାର୍ଯକ୍ରମ ସଂଯୋଜନା ଡି ପି ଏମ ଶ୍ରୀ ବିଧାନ ଚନ୍ଦ୍ର ନାୟକ ସମ୍ପାଦିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଜୀବନ୍ତ ଅଚାର୍ଜି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ, ପ୍ରାଣ ନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଡ଼ଃ ସୁବୋଧ କୁମାର ଜଗଦେବ ଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ବିଭିନ୍ନ ବିଭାଗର କର୍ମଚାରୀ, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ମହାବିଦ୍ୟାଳୟର ସୈକ୍ଷିକ କର୍ମଚାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା,କୁଚିଣ୍ଡାରେ ହାତୀ ଉପଦ୍ରବ ଅଳ୍ପକେ ବର୍ତ୍ତିଲେ ସପରିବାର