ଅବିନାଶ ଗଡତିଆ/ବରଗଡ଼/ସମୀକ୍ଷା ନିୟୁଜ:
ବରଗଡ଼/ସମୀକ୍ଷା ନିୟୁଜ
ନିଶା ମୁକ୍ତ କାରବାର ପାଇଁ ସଦୁଢ ପଦକ୍ଷେପ ନେଲା ପରେ ମଧ୍ୟ ଠିକ ନିଶା କରବାରରେ କୌଣସି ରୋକ ଠୋକ ଲାଗି ପାରୁ ନାହିଁ। ଆଖ ପାଖ ସୀମାନ୍ତରୁ ଗଞ୍ଜେଇ ଚାଲାଣ ଜୋର ସୋର ରେ ଚାଲୁଛି। ବରଗଡ଼ ଜିଲ୍ଲାର ବରପାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ତୁଳଣ୍ଡି ଗ୍ରାମରେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ପ୍ରଶାନ୍ତ ସାହୁ ଘରୁ ୩୫କିଗ୍ରା ଗଞ୍ଜେଇ ଜବତ କରିଛି। ଏହା ସହିତ ୨ ଟି ମୋବାଇଲ ଫୋନ ଜବତ କରିଛି। ପୋଲିସ ଘଟଣା ର ତଦାରଖ କରିବା ସହ ମାଫିଆ ଚେର କେତେ ଦୁର ଲେମ୍ବୁଛି ତାହା ପାଇଁ ଚେଷ୍ଟା ଚାଲିଛି। ବରଗଡ ସୀମାନ୍ତ ପକ୍ଷରୁ ଅଧିକା ପରିମାଣ ରେ ଗଞ୍ଜେଇ ଚାଲାଣ ପୋଲିସ କତୃପକ୍ଷ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଛ।






