ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜାରକାଣିରେ ୨୮ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଜାରକାଣିରେ ୨୮ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ/ ସମୀକ୍ଷା ନ୍ୟୁଜ:

ବଡ଼ସାହି/ ୩/୧୦/୨୬ – ଏବେବି କେତେକ ଯୁବଗୋଷ୍ଠୀ ନିଜ ଗ୍ରାମ ପରମ୍ପରା ବଜାୟ ରଖିବାକୁ ଏକତାବଦ୍ଧ ହୋଇ ବିଭିନ୍ନ କାର୍ଯ୍ୟକ୍ରମ କରିବା ଗୌରବର କଥା । କେତେବେଳେ ପାରମ୍ପରିକ, କେତେବେଳେ ସାଂସ୍କୃତିକ ତ ପୁଣି ଖେଳକୁଦ, ନାଚଗୀତ ଭଳି କାର୍ଯ୍ୟକ୍ରମ କରି ଅଞ୍ଚଳ ଓ ନିଜ ଗ୍ରାମର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ସେହିକ୍ରମରେ ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଜାରକାଣିସ୍ଥିତ ବାସୁକୀ ସାର୍ଣ୍ଣା ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ୨୮ତମ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ମୋଟ ୧୬ଟି ପ୍ରତିଷ୍ଠିତ ଦଳ ଅଂଶଗ୍ରହଣ କରିଥିଲେ ।

ଜାରକାଣିରେ ୨୮ତମ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ – ସମୀକ୍ଷା


ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାଏକ ଓ ପୂର୍ବତନ ବଡ଼ସାହି ବ୍ଲକ ଅଧ୍ୟକ୍ଷ ଚୈତନ୍ୟ ସୋରେନ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହ ପୁରସ୍କାର ବିତରଣ କରିଥିଲେ । କ୍ଲବ୍‌ର ସଭାପତି ରଥ ସୋରେନ୍ ଓ ସମ୍ପାଦକ ଈଶ୍ୱର ମୁର୍ମୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଚିତ୍ତାକର୍ଷକ ଫାଇନାଲ୍ ମୁକାବିଲାରେ ଡୁକୁରା ଫୁଟବଲ୍ ଟିମ୍ ବିଜୟୀ ହୋଇ ପ୍ରଥମ ପୁରସ୍କାର ସ୍ୱରୂପ ଟ୍ରଫି ସହ ନଗଦ ୧ ଲକ୍ଷ ଟଙ୍କା ହାସଲ କରିଛି । ଉପବିଜେତା ଫରେଷ୍ଟ ୱାରିଅର୍ ଟିମ୍ (ଯାଜପୁର) ଦ୍ୱିତୀୟ ସ୍ଥାନ ଅଧିକାର କରି ୮୦ ହଜାର ଟଙ୍କା ପାଇଥିବା ବେଳେ ଜୟ ବାବା ବିଶ୍ୱକର୍ମା ଟିମ୍ (ମୟୂରଭଞ୍ଜ) ତୃତୀୟ ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଏବଂ ବାବା ବିରଞ୍ଚି ଫୁଟବଲ୍ ଟିମ୍ (ବାଲ୍ମୀକି ନଗର, କଟକ) ଚତୁର୍ଥ ପୁରସ୍କାର ଭାବେ ୨୫ ହଜାର ଟଙ୍କା ଅର୍ଥରାଶି ଲାଭ କରିଛନ୍ତି । ଆୟୋଜିତ ଉକ୍ତ ଫୁଟବଲ ଖେଳ ଆଖପାଖ ଅଞ୍ଚଳରେ ଲୋକାଦୃତ ହୋଇଥିବା ସମୟରେ ବିଭିନ୍ନ ସ୍ଥାନରୁ ବିପୁଳ ଫୁଟବଲ ପ୍ରେମୀଙ୍କ ସମାଗମ ଦେଖିବାକୁ ମିଳିଥିଲା ଓ ସଂଘର ସମସ୍ତ କର୍ମକର୍ତ୍ତା ଏଥିରେ ସାହାଯ୍ୟ କରିଥିଲେ । ସନ୍ତୋଷ କୁମାର ଖେଳ ପରିଚାଳନା କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମ. ରାମପୁର ବ୍ଲକ ସିଙ୍ଗପୁର ପଞ୍ଚାୟତ ରେ କାର୍ଯ୍ୟ ନକରିଥିବା ଲୋକଙ୍କ ନାମରେ ବିଲ