ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ

ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ – ସମୀକ୍ଷା
ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ – ସମୀକ୍ଷା


ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

କେନ୍ଦୁଝର :୧୦/୯,କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛି ବ୍ଲକ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ସାହାରପଡା ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ କୁମାର ମହାନ୍ତ ତେଣ୍ଡରା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସରଜମିନ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି, ଗୁଣବତ୍ତା ଓ ସମୟାନୁସାରେ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଏହି ସମୟରେ ସହକାରୀ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସହକାରୀ ଉନ୍ନୟନ ଅଧିକାରୀ ଏବଂ ତେଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।

ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ – ସମୀକ୍ଷା


ସେହିପରି ସାହାରପଡା ବ୍ଲକ ଅନ୍ତର୍ଗତ ଦିଗିପଶି ଗ୍ରାମ ପଞ୍ଚାୟତରେ ଅସମ୍ପୂର୍ଣ୍ଣ ରହିଥିବା ଆବାସ ଗୃହ ଗୁଡ଼ିକୁ ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରେଖା ମହାନ୍ତି ପରିଦର୍ଶନ କରିଛନ୍ତି। ଆବାସ ଗୃହ ଗୁଡ଼ିକର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରି ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକୁ ଯଥାଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ହିତାଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିଦର୍ଶନ ସମୟରେ ବ୍ଲକ ପ୍ରକଳ୍ପ ସମନ୍ୱୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସହକାରୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ। ଅସମ୍ପୂର୍ଣ୍ଣ ଆବାସ ଗୃହ ଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଶେଷ କରି ଯୋଗ୍ୟ ହିତାଧିକାରୀ ମାନେ ଶୀଘ୍ର ନିଜସ୍ୱ ଘରର ସୁବିଧା ପାଇ ପାରିବେ, ସେଥିପ୍ରତି ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଛି। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଆବାସ ଯୋଜନାର କାର୍ଯ୍ୟ ଶୀଘ୍ର ଓ ଗୁଣାତ୍ମକ ଭାବେ ସମ୍ପାଦନ ପାଇଁ ନିରନ୍ତର ତଦାରଖ ଜାରି ରହିଛି।

ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ