ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ସବୁଜ ପରିବେଶ ଗଠନ ସହ ପ୍ରକୃତି ସୁରକ୍ଷାର ମହତ୍ତ୍ୱ ବୁଝାଇଲେ ସେଵା, ଚାଙ୍ଗୁରୁବାଲି ବିଦ୍ୟାଳୟରେ ଲାଗିଲା ବିଭିନ୍ନ ପ୍ରକାର ଚାରା

ସବୁଜ ପରିବେଶ ଗଠନ ସହ ପ୍ରକୃତି ସୁରକ୍ଷାର ମହତ୍ତ୍ୱ ବୁଝାଇଲେ ସେଵା, ଚାଙ୍ଗୁରୁବାଲି ବିଦ୍ୟାଳୟରେ ଲାଗିଲା ବିଭିନ୍ନ ପ୍ରକାର ଚାରା – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :

ବାଲିଗୁଡ଼ା, ତା, ୦୩/୧୦: ସେବା ପକ୍ଷ ପାଳନ ଅବସରରେ ବାଲିଗୁଡା ବ୍ଲକ ଚାଙ୍ଗୁରୁବାଲି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରାରୋପଣ କରାଯାଇଥିଲା l ଏହି ଅବସରରେ କଳ୍ପନା କହଁର, ଶକ୍ତିକେନ୍ଦ୍ର ପ୍ରମୁଖ ସୀତାରାମ ବିଶୋୟୀ, ବୁଥ୍ ସଭାପତି ଦାମ ପ୍ରଧାନୀ, ବିଏଲଓ-୨ ଶୁଶାନ୍ତ ପାତ୍ର, ବୁଥ୍ କାର୍ଯ୍ୟକର୍ତ୍ତା ଓ ନାଏବ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ। ଗଛ ଲଗାଇବା ସହ ଏହାର ଯତ୍ନ ନେବା ଏବଂ ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।

ସବୁଜ ପରିବେଶ ଗଠନ ସହ ପ୍ରକୃତି ସୁରକ୍ଷାର ମହତ୍ତ୍ୱ ବୁଝାଇଲେ ସେଵା, ଚାଙ୍ଗୁରୁବାଲି ବିଦ୍ୟାଳୟରେ ଲାଗିଲା ବିଭିନ୍ନ ପ୍ରକାର ଚାରା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଝାରସୁଗୁଡ଼ା- ବୁରୋମାଲ ଶ୍ମଶାନରେ ରକ୍ଷଣାବେକ୍ଷଣ ଅଭାବ: ଭାଙ୍ଗିଲାଣି ପାଚେରୀ, ନାହିଁ ସ୍ଥାୟୀ ଜଗୁଆଳୀ