ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ :
ସତ୍ୟ, ଅହିଂସା ଓ ଭାଇଚାରାର ବାର୍ତ୍ତା ନେଇ ଆଗେଇ ଚାଲିଛି ସାଲେପୁର ୨ ଅକ୍ଟୋବର, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବୋଦାମୁଣ୍ଡାଇରୁ ଶିଶୁଆଁ ଛକ ପର୍ଯ୍ୟନ୍ତ ଆୟୋଜିତ ସଦ୍ଭାବନା ପଦଯାତ୍ରା ମାଧ୍ୟମରେ ସତ୍ୟ, ଅହିଂସା, ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରାଗଲା। ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ସମସ୍ତେ ଏକାଠି ହୋଇ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନ କରିବା ହେଉଛି ଏହି ପଦଯାତ୍ରାର ମୂଳ ବାର୍ତ୍ତା। ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ, ଅହିଂସା ଓ ସ୍ୱରାଜର ଆଦର୍ଶ ଆଜି ମଧ୍ୟ ଆମକୁ ଜନସେବା ଓ ସମାଜର ଉନ୍ନତି ପାଇଁ ପ୍ରେରଣା ଦେଉଛି। ଆସନ୍ତୁ, ଗାନ୍ଧୀଜୀଙ୍କ ବିଚାରକୁ ନିଜ ଜୀବନରେ ଆପଣେଇ ସାଲେପୁର ମାଟିରେ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ବନ୍ଧନକୁ ଆହୁରି ମଜବୁତ କରିବା ବାର୍ତ୍ତା ଦେବା ସହ ସମସ୍ତ ସଦସ୍ୟଙ୍କ ସହିତ ଆଦର୍ଶଗତ ମତକୁ ନେଇ ଆଗକୁ ବଢ଼ିବା ପାଇଁ ଅହୱାନ ଦେଇଚନ୍ତି ଯୁବ ନେତା ହରିବନ୍ଧୁ ଶତପଥୀ।






