ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କେ. ନୂଆଗାଁ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

କେ. ନୂଆଗାଁ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:

ଚିକିଟି ,5/10/2026: ଏହି ବ୍ଲକ କେ. ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜନ ସାଧାରଣଙ୍କ ବିଭିନ୍ନ ପ୍ରକାର ସମସ୍ୟାକୁ ଗୁରୁତ୍ବ ଦେଇ ଅତି ନିକଟରୁ ପ୍ରତ୍ୟେକ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ରୂପେ ତହସିଲଦାର ବିଶ୍ଵ ରଞ୍ଜନ କହଁର, ଏବିଡିଓ ଚକ୍ରଧର ପ୍ରଧାନ, ଅତିରିକ୍ତ ଶ୍ରମ ଅଧିକାରୀ ସମିତ୍ କୁମାର ସେଠ୍, କୃଷି ଅଧିକାରିଣୀ ଚିନ୍ମୟୀ ସାହୁ ଓ ସରପଞ୍ଚ ମହେନ୍ଦ୍ର ପ୍ରଧାନଙ୍କ ସମେତ ପ୍ରାୟ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ମୋଟ ୪୧ ଟି ଅଭିଯୋଗ ଗ୍ରହଣ ହୋଇଥିବା ବେଳେ ସେଥି ମଧ୍ୟରୁ ତିନୋଟି ଅଭିଯୋଗର ତୁରନ୍ତ ସମାଧାନ ହୋଇପାରିଥିଲା। ଅବଶିଷ୍ଟ ୩୮ ଟି ଅଭିଯୋଗ ମଧ୍ୟରୁ ଦୁଇଟି ସାମୂହିକ ହୋଇଥିବା ବେଳେ ୩୬ ଟି ଅଭିଯୋଗ ବ୍ୟକ୍ତିଗତ ରହିଛି। ଉକ୍ତ କାର୍ଯ୍ୟକ୍ରମକୁ ପିଇଓ ଜି. ବନମାଳୀ ରାଓ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ପଞ୍ଚାୟତ ବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।

କେ. ନୂଆଗାଁ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର OYO ବି ସମ୍ପୂର୍ଣ୍ଣ ନିରାପଦ ନୁହେଁ