ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପରଜଙ୍ଗ: ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ୨୦୨୬

ପରଜଙ୍ଗ: ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ୨୦୨୬ – ସମୀକ୍ଷା ଖବର

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ:

ପରଜଙ୍ଗ ୦୬/୧୦ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -୨୦୨୬ ‘ସେବା ସେତୁ ମେଳା’ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି ସେବା ସେତୁ ମେଳା ରେ ଓଡିଶା ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କୁ ସରକାରୀ ଯୋଜନା ଓ ସେବା ସହଜରେ ଯୋଗାଇ ଦେବା ପାଇଁ ‘ ସେବା ସଂକଳ୍ପ ଅଭିଯାନ ଏବଂ ସେବା ସେତୁ ମେଳା ‘ କାର୍ଯକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନସେବାର ଗୌରବମୟ ଯାତ୍ରାକୁ ସ୍ମରଣ କରି ରାଜ୍ୟରେ ସେବା ସମର୍ପଣ ଓ ସାମାଜିକ କଲ୍ୟାଣ ର କାର୍ଯକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ପରଜଙ୍ଗ ବ୍ଲକ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସୌଭାଗ୍ୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଜସ୍ୱଶିନି ରାଉତ,ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ ମଞ୍ଚାସିନ ହୋଇଥିଲେ। ଅତିରିକ୍ତ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ରଣଯିତ ଜେନା ମଞ୍ଚ ପରିଚାଳନା କରିଥିଲେ। ପରଜଙ୍ଗ ବ୍ଲକ ର ସମସ୍ତ ପଞ୍ଚାୟତ ସରପଞ୍ଚ , ସମିତି ସଭ୍ୟ, ଶ୍ରମ ଅଧିକାରୀ, ଖାଦ୍ୟ ଯୋଗାଣ ଅଧିକାରୀ ଓ ଅନ୍ୟ ଅଧିକାରୀ ଙ୍କ ସମେତ କାର୍ଯ୍ୟରତ ବ୍ଲକ କର୍ମଚାରୀ ତଥା ବ୍ଲକ ର ଯୋଗ୍ୟ ହିତାଧିକାରୀ ମହିଳା ଓ ପୁରୁଷ ଲୋକେ ଏବଂ ସଧାରଣ ଜନତା ବିଜେପି କର୍ମୀ ଉପସ୍ଥିତ ଥିଲେ। ସମସ୍ତ ଅତିଥି ଏବଂ ମୁଖ୍ୟ ଅତିଥି ସରକାରଙ୍କ ସେବା ଓ ଯୋଜନା ସଂପର୍କୀତ ସୂଚନା ପ୍ରଦାନ ପରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ଏହି ସେବା ସେତୁ ମେଳା ରେ ଭତ୍ତା, ରାସନ କାର୍ଡ, ଲେବର କାର୍ଡ, ମୃତ୍ୟୁ କାଳୀନ ସହାୟତା ରାଶି, ଝିଅ ବିବାହ, ଅଧ୍ୟୟନ ପାଇଁ ସହାୟତା ରାଶି ଓ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ ଋଣ ଅର୍ଥ ଛାଡ ପ୍ରଭୁତି ପ୍ରଦାନ କରିଥିଲେ।

ପରଜଙ୍ଗ: ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ୨୦୨୬ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର କୁଜଙ୍ଗକୁ ଏନ୍ଏସି ଦାବି: ଦାବିପତ୍ର ଗ୍ରହଣ କଲେ ତହସିଲଦାର