ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ

ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ – ସମୀକ୍ଷା ଖବର


ପ୍ରଦୀପ ଜିତ /ସମୀକ୍ଷା ନ୍ୟୁଜ /ବଣାଇ -୬/୧୦ :ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଗୋପନା ପଞ୍ଚାୟତ ଛିଡା କୁଦର ଶେବାଶ୍ରମ ମିନି ଷ୍ଟାଡିୟମଗ୍ରାମ ଠାରେ ହଂସନନ୍ଦନ କ୍ଲବ ପଟାସାହି ପକ୍ଷରୁ ଚାଲିଥିବା ଚତୁର୍ଦଶ(୧୪) ତମ ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।ଏହି ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତାରେ ୩୨ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଏହାର ଫାଇନାଲ ଖେଳ ରେ ବଡ଼ ବାଗାନ ନନ୍ଦାପଡା ଦଳ କୁ ହରାଇ ବନ୍ଧମୁଣ୍ଡା ବାବଲା ସ୍ପୋର୍ଟିଂ ଦଳ ଚଳିତ ବର୍ଷ ଚମ୍ପିୟାନ ହୋଇଥିଲା। ସେହିପରି ଦାନସେନା ଗୁଆଲି ତୃତୀୟ ସ୍ଥାନ ଏବଂ ଭୁଲତା ଭିକ୍ଟରୀ ୱାରିଅର ଚତୁର୍ଥ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗୀତାର ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଟାସାହି ରେଳ ସାଇଡିଂ ର ଇନଚାର୍ଜ ନିଖିଲ ସାହୁ,ଜିଲା ପରିଷଦ ସଦସ୍ୟା ଶୁଶିଳା ମୁଣ୍ଡା,ବିମଳାଗଡ଼ ରେଳ ସାଇଡିଂ ଇନଚାର୍ଜ ଅନୀଲ ବାବୁ,ଗୋପନା ପଞ୍ଚାୟତ ସରପଞ୍ଚ ମୁକ୍ତା ମୁଣ୍ଡା, ସମିତି ସଭ୍ୟା ଶକୁନ୍ତଳା କିଷାନ, ଅଧ୍ୟାପକ,ତପନ କୁମାର ଦଣ୍ଡିଆ , ଲହୁଣୀପଡ଼ା ବ୍ଲକ ଉପାଧ୍ୟକ୍ଷ ପଣ୍ଡିତ ମୁଣ୍ଡା, କେ ବଲାଙ୍ଗ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ ସିଂ, ଅବସର ପ୍ରାପ୍ତ ଅଧ୍ୟାପକ ଧନେଶ୍ୱର ମହାନ୍ତ ସମାଜ ସେବୀ ବାଦଲ ବାରିକ,ଯୋଗ ଦେଇଥିଲେ।

ସୁନ୍ଦରଗଡ: ପାଞ୍ଚ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ। ବନ୍ଧମୁଣ୍ଡା ଫୁଟବଲ ଦଳ ଚମ୍ପିୟାନ – ସମୀକ୍ଷା

କ୍ଳବର ସମ୍ପାଦକ କିଶୋର ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।ହଂସନନ୍ଦନ କ୍ଲବ ର ସଭାପତି ବିରେନ୍ଦ୍ର ମୁଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ପାରମ୍ପରିକ ଆଦିବାସୀ ନୃତ୍ୟ ର ତାଳେ ତାଳେ ଅତିଥି ମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ନେବା ସହିତ କମିଟି ର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।ଏହି ପୁରସ୍କାର ବିତରଣୀ ଉତ୍ସବରେ ବିଜେତା ଓ ଉପବିଜେତା ଓ ତୃତୀୟ ଦଳ,ଚତୁର୍ଥ ଦଳକୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଫୁଟବଲ୍ ପ୍ରତିଯୋଗିତା କୁ ସଞ୍ଜୟ କୁମାର ସାମାଡ଼, ଭିମା ମୁର୍ମୁ , ସୁଜିତ ଟପ୍ପୋ, ରାଣୀ ଦାସ, ପିଙ୍କି ମାରାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ।ଉଦଘୋଷକ ଭାବେ ରାଜୀବ ବାଗେ, ମହମ୍ମଦ ସଏବ ଅଖତାର, କ୍ଷୀରୋଦ ଗିରି ପ୍ରମୁଖ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ! ଓମନ୍ତ କୁମାର ମାହାନ୍ତ,ତୁରୀ ମୁଣ୍ଡା, ଯୋଗେଶ୍ୱର ମୁଣ୍ଡା,କିଶୋର ମାହାନ୍ତ ଙ୍କ ସମେତ କ୍ଳବ କର୍ମକର୍ତ୍ତା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜନ୍ମଦିନ ପୂର୍ବରୁ ଲିଭିଗଲା ଜୀବନ ଦୀପ: ତିରଙ୍ଗାରେ ଫେରିଲେ ଭି. ତେଜା