ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ

ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି

ଚିକିଟି 7/10/2026: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବକ ସମୁଦ୍ରରେ ବୁଡ଼ି ନିଖୋଜ ହୋଇଯାଇଛି। ସୂଚନା ଅନୁସାରେ ୧୪ ଜଣ ସାଙ୍ଗ ଜନ୍ମ ଦିନ ପାଳନ କରିବା ପାଇଁ ସୁନାପୁର ବେଳାଭୂମିକୁ ଯାଇଥିଲେ। ଜନ୍ମ ଦିନ ପାଳନ ପରେ ସବୁ ସାଙ୍ଗ ମିଳି ମିଶି ଗାଧେଇବା ପାଇଁ ସମୁଦ୍ର ତଟକୁ ଯାଇଥିଲେ। ସମୁଦ୍ରରେ ଜୁଆର ଆସିବାରୁ ସବୁ ସାଙ୍ଗ କୂଳକୁ ଭାସି ଆସିଥିଲେ କିନ୍ତୁ ଜଣେ ସାଙ୍ଗ ଆଉ ଆସିପାରି ନଥିଲା। ସେ ଯୁବକ ଜଣକ କୁଟିଲିଙ୍ଗି ଗ୍ରାମର ଯୁକ୍ତ ଦୁଇ ଛାତ୍ର ଆକ୍କାଲା ଯୁଧିଷ୍ଟି (୨୨) ବୋଲି ଜଣାପଡିଛି। ସାଙ୍ଗମାନେ ସାଙ୍ଗେ ସାଙ୍ଗେ ଯାଇ ସେଠାରେ ଥିବା ବ୍ଲୁ ଫ୍ଲାଗ୍ ର ହୋମଗାର୍ଡ କୁ ଜଣାଇଥିଲେ। ଖବର ପାଇ ବ୍ରହ୍ମପୁର ଦମକଳ ବାହିନୀ ଓ ମେରାଇନ ଥାନା ପୋଲିସ ସେଠାରେ ପହଞ୍ଚି ଦୀର୍ଘ ସମୟ ଧରି ବହୁ ଚେଷ୍ଟା କଲା ପରେ ବି ଯୁଧିଷ୍ଟିର କୌଣସି ପ୍ରକାର ସନ୍ଧାନ ମିଳିନାହିଁ। ଏହି ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶାଗୁଆନ ଜଙ୍ଗଲରେ ପତ୍ରଝଡ଼: ଅଜଣା ରୋଗ ନା କୀଟ ଆକ୍ରମଣ? ବଢୁଛି ଚିନ୍ତା