ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ

ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/ କନ୍ଧମାଳ/ସମୀକ୍ଷା ନ୍ୟୁଜ:

ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଚକାପାଦ ବ୍ଲକ କାମ୍ବ୍ରିକିଆ କ୍ଲଷ୍ଟର ଅନ୍ତର୍ଗତ ଗୁଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚକାପାଦ ଏବିଓ ଶ୍ରୀ ଶେଷଦେବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ଏଭଳି ମଞ୍ଚର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଶ୍ରୀ ପର୍ଶୁରାମ ସାହୁ ବକ୍ତା ଭାବେ ଯୋଗଦେଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ସଭାନେତ୍ରୀ ଶ୍ରୀମତୀ ଆରତୀ ମାଳା ବିଶୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କାମ୍ବ୍ରିକିଆ ସିଆରସିସି ତଥା ଆୟୋଜକ ଶ୍ରୀ ନରସିଂହ ଡାକୁଆ, ଏସ୍‌ଏମ୍‌ସି ସଭାପତି ଶ୍ରୀ ଭାବଗ୍ରାହୀ ପ୍ରଧାନ, ଆରାବାକା ହାଇସ୍କୁଲର ପୂର୍ବତନ ଏସ୍‌ଏମ୍‌ସି ସଭାପତି ଶ୍ରୀ ସରୋଜ ପ୍ରଧାନ, ବାହାଡ଼ାସାହି ସିଆରସିସି ଶ୍ରୀ ପୁରୁଷୋତ୍ତମ ଦିଗାଲ ଓ ବିଇଓ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଭବାନୀ ଶଙ୍କର ସାହୁ ପ୍ରମୁଖ ଯୋଗଦେଇଥିଲେ। ସୁରଭି କାର୍ଯ୍ୟକ୍ରମ ଅବସରରେ ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ, କୁଇଜ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍‌ ପୋଷଣ ଯୋଜନା ସମ୍ପର୍କିତ ଚିତ୍ରକଳା ଓ ଶିଳ୍ପକଳା ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜ ନିଜ ପ୍ରତିଭାର ଚମକ ପ୍ରଦର୍ଶନ କରି ଉତ୍ସବକୁ ରଙ୍ଗାରଙ୍ଗ କରିଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଶିକ୍ଷକ-ଶିକ୍ଷୟିତ୍ରୀ ଝୁନା କୁମାରୀ ସାହୁ, ପ୍ରଶାନ୍ତ କୁମାର ସାହୁ, ସସ୍ମିତା ସାହୁ, ତ୍ରିଲୋଚନ ବେହେରା, ସସ୍ମିତା ଜେନା, ପୂଜାରାଣୀ ଦାଶ, ଟୁକୁନା ମଲ୍ଲିକ, ଅର୍ଚ୍ଚନା ଆଚାର୍ଯ୍ୟ, ରଜତ ପ୍ରଧାନ, ରାଧାକାନ୍ତ ବାରିକ, ଅଖିଳ ଦାଶ ଓ ପ୍ରାଦୁମ୍ନ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।

ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ – ସମୀକ୍ଷା


ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ବିଭାଗର ପ୍ରଥମ ସ୍ଥାନ ଅଧିକାରୀଙ୍କୁ ଆଗାମୀ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଯାଇଥିଲା। ଶିକ୍ଷକ ଶ୍ରୀ ବିକ୍ରମ ଦିଗାଲ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ନାଭିଦତ୍ୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୁରଭି ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଉଜାଗର କରିବା ସହ ସେମାନଙ୍କୁ ଆଗକୁ ବଢ଼ିବାର ନୂଆ ପ୍ରେରଣା ଦେଇଥିବା ଦେଖିବାକୁ ମିଳିଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚିକିଟି: ସୁନାପୁର ସମୁଦ୍ରରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ