ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ

ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:

ଫୁଲବାଣୀ ସହରସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ‘ନମୋ ସେବା ଗାଥା’ ଶୀର୍ଷକ ଏକ ସଚେତନତାଧର୍ମୀ ନାଟକ ମଞ୍ଚସ୍ଥ ହୋଇଛି। ଭୁବନେଶ୍ୱରର ସୁନାମଧନ୍ୟ ‘ହରି ଭାଇ କମେଡି ଗ୍ରୁପ୍’ର କଳାକାରମାନେ ନାଟକଟିକୁ ହାସ୍ୟ, ମନୋରଞ୍ଜନ ଓ ସାମାଜିକ ବାର୍ତ୍ତାର ସମନ୍ୱୟରେ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଯୁଧିଷ୍ଠିର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏବଂ ବିଶିଷ୍ଟ ସମାଜସେବୀ ପଣ୍ଡିତ ବିଶିମାଝୀ ଉପସ୍ଥିତ ଥିଲେ।ନାଟକର ବିଭିନ୍ନ ଦୃଶ୍ୟରେ ହାସ୍ୟରସ ସହ ସାମାଜିକ ସଚେତନତାର ବାର୍ତ୍ତା ଦର୍ଶକଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା। କଳାକାରମାନଙ୍କ ଚମତ୍କାର ଅଭିନୟ, ସଂଳାପ ଓ ପରିବେଷଣ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ମଝିରେ ମଝିରେ ଦର୍ଶକଙ୍କ ହସ ଓ କରତାଳିରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ ଫୁଲବାଣୀ ସହରର ବୁଦ୍ଧିଜୀବୀ, ସାଧାରଣ ଜନସାଧାରଣଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ ନାଟକର ଭରପୂର ଆନନ୍ଦ ଉଠାଇଥିଲେ। ମନୋରଞ୍ଜନ ସହ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ‘ନମୋ ସେବା ଗାଥା’ ନାଟକଟି ବେଶ୍ ପ୍ରଭାବଶାଳୀ ହୋଇଥିବା ଦର୍ଶକମାନେ ମତ ପ୍ରକାଶ କରିଥିଲେ। ଶେଷରେ କାର୍ଯ୍ୟକ୍ରମଟି ଉତ୍ସାହ ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୁଡ୍ରିଗାଁ ବିଦ୍ୟାଳୟରେ ସୁରଭି-୨୦୨୬ ଅନୁଷ୍ଠିତ