ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବାଲିକୁଦା :ଶୋଭା ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ

ବାଲିକୁଦା :ଶୋଭା ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ: 07/10/2026


ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଖାଲଗାଁ ପଞ୍ଚାୟତର ଶୋଭା ମୌଜା ରେ ଅବସ୍ତିତ ଶୋଭା-ଆଣିଅଙ୍କ କେନାଲ | ଏହି କେନାଲ ଆଜକୁ 45ବର୍ଷ ହୋଇଯାଇଛି|ହେଲେ ଶୋଭା -ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ ହୋଇ ରହିଛି | ପ୍ରକାଶ ଥାଉକି, ମାଛଗାଁ କେନାଲରୁ ଶାଖା ରୂପରେ ଶୋଭା -ଆଣିଅଙ୍କ କେନାଲ |ଏହି କେନାଲ ଖାଲଗାଁ, ଓଷକଣା ଓ ଆପଣ୍ଡାର ତିନି ଗ୍ରାମପଞ୍ଚାୟତରେ ଅବସ୍ଥିତ ଚାଷଜମିରେ ଜଳ ଚାଷୀଙ୍କୁ ଦେବାପାଇଁ ଉଦିଷ୍ଟ| କେନାଲ ଦ୍ୱାରା 1500ଏକର ଜମି ଜଳସେଚନ କରିବା ପାଇଁ ସରକାର ଉଦେଶ୍ୟ ରଖି ଖୋଳିଥିଲେ |ଏଠାରେ ଚାଷୀ ଧାନ, ପନିପରିବା, ମୁଗ, ବିରି, ବାଦାମ, ଝୋଟ, ଆଖୁ, ସାରୁ, ମାଛ, ଛେଳି, ଗାଈ, କୁକୁଡ଼ା ପାଳନ ଆଦି କରି ନିଜ ପେଟପୋଷିବା ପାଇଁ କାମକରି ଆସୁଅଛନ୍ତି | ମାଟି ବହୁ ଉର୍ବର ମାଟି କାରଣ ଏହା ପାଟୁମାଟି ଅଟେ |ଏହି ଚାଷ କରି ଲୋକ ମନେ ତାଙ୍କର ପିଲା ମାନଙ୍କୁ ପାଠ ପଢେଇବା, ବିଭା ତୋଳା, ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣି, ବନ୍ଧୁବାନ୍ଧବଙ୍କ ଘର ବିଭା ତୋଳା କାର୍ଯ୍ୟକ୍ରମର ଖର୍ଚ୍ଚବାର୍ଚ୍ଚ ମେଣ୍ଟେଇଥାନ୍ତି |ପୁଣି କିଛି ସଂଚୟ କରି ପିଲାଙ୍କ ଭବିଷ୍ୟତ ପାଇଁ ତାଙ୍କୁ ଉଚ୍ଚଶିକ୍ଷା ମଧ୍ୟ ଦେଇଥାନ୍ତି |ଚାଷ ଏଯାଗାର ମୁଖ୍ୟ ଜୀବିକା |ତାହା ସହ କିଛି ଲୋକ ଛୋଟ ବ୍ୟବସାୟ ମଧ୍ୟ କରିଥାନ୍ତି |

ବାଲିକୁଦା :ଶୋଭା ଆଣିଅଙ୍କ କେନାଲ ସ୍ଥିତି ଅତି ଦୟନୀୟ – ସମୀକ୍ଷା
ଗ୍ରାମର ମୁଖ୍ୟ ଲୋକ କହୁଛନ୍ତି ଯେ ଏହି କେନାଲଟି 45ବର୍ଷରୁ ଉର୍ଧ୍ଵ ହୋଇଥିଲେ ମଧ୍ୟ ଜଳସେଚନ ବିଭାଗର ଅବହେଳା ଯୋଗୁଁ ନାଳରେ ପାଣି ଆସୁନାହିଁ କି ଚାଷୀ ଙ୍କୁ ନାଲା ପାଣିରୁ କୌଣସି ଲାଭ ମିଳିପାରୁନାହିଁ |ସରକାର ଏହିନାଳକୁ ଭଲ ଭାବରେ ବନେଇ ପ୍ରହରାଜ ପୁର ପର୍ଯ୍ୟନ୍ତ ନେଲେ ତିନି ପଂଚାୟତର ଚାଷ ଜମି ଜଳ ପାଇ ପାରନ୍ତା |ଶୋଭା, ଆଣିଅଙ୍କ, ଖାଲଗାଁ, ଓଷକଣା, ପାନୀତିରା, ଆପଣ୍ଡାର, ସାମତରାପୁର, ପାଇକରାପୁର, ପ୍ରହାରାଜପୁର, ମନ୍ଦାରକାନ, ବଡକଣ, ଚାରିଆକାନ ଏହି ଗହୀର ଉପକୃତ ହୋଇ ପାରନ୍ତେ |
ଏପଟେ ଜଳସେଚନ ଯାନ୍ତିଙ୍କୁ ସମ୍ପର୍କ କରିବାଦ୍ବାରା ସେ କୁହନ୍ତି ମାଛଗାଁ କେନାଲର ଆଗ୍ରଭାଗ ଏହି ଅଞ୍ଚଳ ହୋଇ ଥିବାରୁ ପାଣି ପହଞ୍ଚି ପାରୁନାହିଁ |ମାଛଗାଁ କେନାଲ ଭଲ ଭାବରେ ବନି ଆସୁଅଛି, ଆଉ କିଛି ବର୍ଷ ଲାଗିବ ଏହି କେନାଲ ମରାମତି ହୋଇ ଠିକ ମାତ୍ରାରେ ପାଣି ଆସିବା ପାଇଁ | ଦେଖାଯାଉ ସରକାର କେବେ ନିଦ ଭାଙ୍ଗୁଛନ୍ତି, ଜିଲା ଓ ରାଜ୍ୟ ସ୍ତରୀୟ ମୁଖ୍ୟ ଜଳସେଚନ ଯନ୍ତ୍ରୀ କେବେ ଏହାର ଯୋଜନା ବନାଉଛନ୍ତି ଓ ତା ପାଇଁ ବିତ୍ତ ବ୍ୟବସ୍ତା କରୁଛନ୍ତି |ଏହି କେନାଲଟି ଏ ଅଞ୍ଚଳର ଜୀବନ ରେଖା କେବେ ବନିବ? ଅଞ୍ଚଳର ଚାଷୀମାନେ ଆଶାରେ ଅପେକ୍ଷା କରିଛନ୍ତି |
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର ଗାନ୍ଧୀ ସ୍ମୃତି ଭବନରେ ‘ନମୋ ସେବା ଗାଥା’ ନାଟକ ମଞ୍ଚସ୍ଥ