ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ର ପାଇକମାଲ ବ୍ଲକ କମିଟୀ ଗଠନ :(ଆଦାନିର ଲୋଲୁପ ଦୃଷ୍ଟିରେ ଗନ୍ଧମାର୍ଦ୍ଧନ ପର୍ବତ

ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ର ପାଇକମାଲ ବ୍ଲକ କମିଟୀ ଗଠନ :(ଆଦାନିର ଲୋଲୁପ ଦୃଷ୍ଟିରେ ଗନ୍ଧମାର୍ଦ୍ଧନ ପର୍ବତ – ସମୀକ୍ଷା ଖବର


ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ପାଇକମାଲ ତା ୭.୧୦.୨୦୨୬: ପବିତ୍ର ତୀର୍ଥ କ୍ଷେତ୍ର ନୃସିଂହନାଥ ସ୍ଥିତ ଯାତ୍ରୀ ନିବାସ ଠାରେ ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ର ବୈଠକ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଆବାହକ ଶ୍ରୀମାନ ରାଜୁ ଘିବେଲାଙ୍କ ନେତୃତ୍ୱ ରେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପାଇକମାଲ ,ପଦ୍ମପୁର, ଗାଇସିଲଟ,ସୋହେଲା ,ଭେଡେନ , ବିଜେପୁର ,ବରପାଲି ତଥା ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ,ପାଟଣାଗଡ଼ ବ୍ଲକ ଅଞ୍ଚଳର ଶତାଧିକ କର୍ମୀ ଯୋଗଦାନ କରିଥିଲେ ,ଶ୍ରୀମାନ ମହେନ୍ଦ୍ର ଖୁଣ୍ଟିଆ ପାଇକମାଲ ବ୍ଲକ ଆବାହକ ,ଯୁଗ୍ମ ଆବାହକ କେଶବ ଷଣ୍ଢ ଏବଂ ପାଈକମାଲ ବ୍ଲକ ସଙ୍ଗଠିକା ଭାବେ ସବିତା ଭୋଇ ଓ ଝରଣା ସୁନା ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା ,ଆଗାମୀ ତାରିଖ ୧୧.୧୦.୨୦୧୬ ଦିନ ସୋହେଲା ଠାରେ ଜିଲ୍ଲା ବୈଠକ ଅନୁଷ୍ଠିତ ହେବ ,

ଗନ୍ଧମାର୍ଦ୍ଧନ ସୁରକ୍ଷା ଏକ୍ସନ କମିଟୀ ର ପାଇକମାଲ ବ୍ଲକ କମିଟୀ ଗଠନ :(ଆଦାନିର ଲୋଲୁପ ଦୃଷ୍ଟିରେ ଗନ୍ଧମାର୍ଦ୍ଧନ ପର୍ବତ – ସମୀକ୍ଷା

ଏହି କାର୍ଯ୍ୟ କ୍ରମ ରେ ସମସ୍ଥ ୧୨ ଟି ବ୍ଲକରୁ କର୍ମକର୍ତା ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା ସଭା ପ୍ରାରମ୍ଭ ରେ ସଭାପତି ମଣ୍ଡଳୀ ତରଫରୁ ପ୍ରଭୁଶ୍ରୀ ମାର୍ଜାର କେଶରୀ ନୃସିଂହ ମହାପ୍ରଭୁଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳନ କରାଗଲା ,ବର୍ତମାନ ପରିପେକ୍ଷୀରେ ଆଦାନି ଓ ଏମିରେଟସ କମ୍ପାନୀ ସହ ରାଜ୍ୟ ସରକାର ଏକ ଆଲୁମିନା ପ୍ଲାଣ୍ଟ ସ୍ଥାପନ କରିବାପାଇଁ ବୁଝାମଣା ପତ୍ର ସ୍ଵାକ୍ଷର କରିଛି ,ଏହାର ବିରୋଧରେ ଅଞ୍ଚଳ ବାସୀଙ୍କ ତରଫରୁ ତୀବ୍ର ବିରୋଧ ଚାଲିଛି ,ଏହି ବୈଠକ ରେ ସୁଶୀଲ ନାୟକ ,ଗୌରହରି ମିଶ୍ର ,ଅରବିନ୍ଦ ପଣ୍ଡା ,ଟଙ୍କଧର ସାହୁ ,ଖେତରି ଲୁହାର ,ହରିଶଙ୍କର ବେହେରା ,ଧବଳେଶ୍ୱର ସାହୁ ,ସୁବୋଧ ପଣ୍ଡା ,ପବିତ୍ର ବାଗ ,କବିତା ସୁନା ,ଅଲତାବ ମହମ୍ମଦ ,ହୃଦାନନ୍ଦ ବାରିକ ,ବ୍ରମହା ବେନିଆ ,ବୃନ୍ଦାବନ ବାରିକ ,ଶଶିକାନ୍ତ ଧରୁଆ,ରଘୁନାଥ ସିଂ ବରିହା , ସରୋଜ ସାହୁ ,ମୁନିକାନ୍ତ ସୁନା ,ଦୀପ୍ତି କାନ୍ତ ମୁଖି ନିଜ ନିଜ ର ନିଜସ୍ୱ ମତ ପ୍ରଦାନକରିଥିଲେ ରାଜକୁମାର ସେଠ ସଭା ସଂଚାଳନ କରିଥିବା ବେଲେ ପରିଶେଷରେ ମୋହନଜଗତ ଧନ୍ୟବାଦ ଅର୍ପଣ କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୫୦ବର୍ଷ ପରେ ଗ୍ରୀଣ୍ଡୋଲା ଲୋକମାନେ ପାଇଲେ ସିଲିଂ ଜମିପଟ୍ଟା