ଟଙ୍କଧର ପାତ୍ର/ସମୀକ୍ଷା ନ୍ୟୁଜ/କେନ୍ଦୁଝର:
ଯୋଡ଼ା, କେନ୍ଦୁଝର, ୮/୧୦/୨୦୨୬:
ଝାରସୁଗୁଡ଼ା ଡିଏଭି ପବ୍ଲିକ୍ ସ୍କୁଲର ଆନୁକୂଲ୍ୟରେ ଡିଏଭି ସ୍ପୋର୍ଟସ କ୍ଲଷ୍ଟର ଅଧୀନରେ ଜୋନ୍ ସ୍ତରୀୟ କରାଟେ ଓ ତାଏକୋଣ୍ଡୋ ଚାମ୍ପିଅନସିପ୍ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ରେ ୧୪ ଓ ୧୭ ବର୍ଷ ବୟସ ବର୍ଗରେ ମୋଟ ୧୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ କ୍ରୀଡ଼ା ପରିଷଦର ଉପ-ସଭାପତି ତାପସ କୁମାର ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ଶୃଙ୍ଖଳା, ନିଷ୍ଠା ଓ କ୍ରୀଡ଼ା ମନୋଭାବର ପ୍ରଶଂସା କରିଥିଲେ। ସେ କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହିତ ଶୃଙ୍ଖଳାବୋଧ ବୃଦ୍ଧି ପାଉଥିବା କହିଥିଲେ।ଏହି ଚାମ୍ପିଅନସିପ୍ରେ ବଲାଣି DAV ପବ୍ଲିକ୍ ସ୍କୁଲରୁ ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି।ଟାଏକୋଣ୍ଡୋର ୧୭ ବର୍ଷ ବର୍ଗରେ ରାହୁଲ ଦାସ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୧୪ ବର୍ଷ ବର୍ଗରେ ଅନାବିୟା ପ୍ରଥମ ସ୍ଥାନ ଏବଂ ଦୀକ୍ଷା ସିହ୍ନା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କରାଟେ ପ୍ରତିଯୋଗିତାର ୧୭ ବର୍ଷ ବର୍ଗରେ ଜଣେ ପ୍ରତିଯୋଗୀ ତୃତୀୟ ସ୍ଥାନ ହାସଲ କରିଛନ୍ତି।ବିଜୟୀ ଛାତ୍ରଛାତ୍ରୀମାନଙ୍କ ସଫଳତାରେ ବଲାଣି ଡିଏଭି ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଜଶ୍ରୀ ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ବିଦ୍ୟାଳୟ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହିତ କରାଯିବ ବୋଲି କୁହାଯାଇଛି।






