ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ପୁରୀ

ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି ସମ୍ପୂର୍ଣ୍ଣ ଅଚଳ

ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି ସମ୍ପୂର୍ଣ୍ଣ ଅଚଳ – ସମୀକ୍ଷା ଖବର

ଜନାବ ଖାନ/ସ୍ୱତନ୍ତ୍ର ପ୍ରତିନିଧି/ବଲାଙ୍ଗୀର/ସମୀକ୍ଷା ନ୍ୟୁଜ:

ବଲାଙ୍ଗୀର, ୦୮.୧୦.୨୦୨୬ :- ଏମଏମଡିଆର ବିଲ୍‌କୁ ବିରୋଧ କରିବା ସହ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ କଣ୍ଟାବାଞ୍ଜି ସହରରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ସହର ପ୍ରାୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଣ୍ଟାବାଞ୍ଜି ସହରର ପ୍ରାୟ ସମସ୍ତ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ଫଳରେ ସହରର ସାଧାରଣ ଜନଜୀବନ ଓ ବ୍ୟବସାୟିକ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ବନ୍ଦର ପ୍ରଭାବରେ ସହରର ପ୍ରମୁଖ ରାସ୍ତା ଗୁଡ଼ିକ ଅସ୍ୱାଭାବିକ ଭାବେ ଖାଁ ଖାଁ ଦେଖାଯାଇଥିଲା। ଯାନବାହନ ଚଳାଚଳ ମଧ୍ୟ ଯଥେଷ୍ଟ କମିଯାଇଥିଲା। ବିଭିନ୍ନ ଛକ ଓ ପ୍ରମୁଖ ସ୍ଥାନରେ ଇଣ୍ଡିଆ ବ୍ଲକ୍‌ର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ବନ୍ଦକୁ ସଫଳ କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଥିଲେ।
ଏମଏମଡିଆର ବିଲ୍‌ର ପ୍ରସ୍ତାବିତ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ଆପତ୍ତି ଉଠାଇଥିବା ବେଳେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଏବଂ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି। ଏହି ଦାବିଗୁଡ଼ିକୁ ନେଇ ଇଣ୍ଡିଆ ବ୍ଲକ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ନେତାମାନେ କହିଛନ୍ତି।
ଅନ୍ୟପକ୍ଷରେ, ବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପାଇଁ କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସାମଗ୍ରିକ ଭାବେ ବନ୍ଦର ପ୍ରଭାବରେ କଣ୍ଟାବାଞ୍ଜି ସହରରେ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା।

ବନ୍ଦ ପ୍ରଭାବରେ କଣ୍ଟାବାଞ୍ଜି ସମ୍ପୂର୍ଣ୍ଣ ଅଚଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମଦ ଦୋକାନ ବନ୍ଦ କରିବାକୁ ପାଟଣା ବିକାଶ ମଞ୍ଚର ଦାବି