ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:
ପାଟଣା:୮/୧୦,ପାଟଣା ସରକାରୀ ବସଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନ ଖୋଲାଯିବା ନେଇ ସୂଚନା ପରେ ଏହି ଘଟଣା କୁ ପାଟଣା ବିକାଶ ମଞ୍ଚ ତୀବ୍ର ବିରୋଧ କରିଛି।ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ୟେଶ୍ୟରେ ବଡ଼ପାଟଣା ସରପଞ୍ଚ ବିନତି ବାନରା ଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି।ପ୍ରସ୍ତାବିତ ମଦ ଦୋକାନ ନିକଟରେ ଷ୍ଟେଟବ୍ୟାଙ୍କ ଇଣ୍ଡିଆ, ସମବାୟ ବ୍ୟାଙ୍କ ସହିତ ନର୍ସିଂ କଲେଜ ଆଦି ପାଖରେ ଥିବା ବେଳେ ପ୍ରତ୍ୟେହ ଛାତ୍ରଛାତ୍ରୀ ଓ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରୁଥିବାରୁ ଏହି ମଦ ଦୋକାନ ବଜାର ଅଞ୍ଚଳରେ ଯାବତୀୟ ବିଶୃଙ୍ଖଳା ର କାରଣ ହେବ ବୋଲି ଦାବି କରାଯାଇଛି।ଏଠାରେ ମଦ ଦୋକାନ ଖୋଲିଲେ ଅପରାଧିକ କାର୍ଯ୍ୟ କଳାପ ଆଦି ବୃଦ୍ଧି ସମ୍ଭାବନା ଥିବାରୁ ଏହି ମଦ ଦୋକାନ ଏଠାରୁ ବନ୍ଦ କରିବାକୁ ଦାବି ହୋଇଛି।ଏହି ଦାବିକୁ ପ୍ରଶାସନ ଗ୍ରହଣ ନକଲେ ପାଟଣା ବାସୀ ଧାରଣା ଦେବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ପୂର୍ବତନ ବ୍ଲକ ଅଧ୍ୟକ୍ଷ ସମାଜସେବୀ ଇଂ ବିଦ୍ୟାଧର ଦାଶ,ବିଜୟ ରତ୍ନ ପତି, ଲକ୍ଷ୍ମୀଧର ପତି,ରବୀନ୍ଦ୍ର କୁମାର ଲୋହାର, ଅଜୟ ପରିଡ଼ା, ପ୍ରକାଶ ପ୍ରକାଶ କୁମାର ସେଠୀ, ଦୀପକ କୁମାର ରାମ,ଯୁଧିଷ୍ଠିର ମହାନ୍ତ, ମଧୁସୂଦନ ମହାନ୍ତ,ସୁବ୍ରତ କୁମାର ଦାଶ, ଏସ କେ ମାନସୁର,ଏମ ଡି ସାକିଲ,ସହଦେବ ବେହେରା, ପ୍ରମୋଦ ବେଜ,ଏମ ଡି ଫିରୋଜ ସହ ବହୁ ବୁଦ୍ଧିଜୀବୀ ଙ୍କ ପକ୍ଷରୁ ଏହି ଦାବିପତ୍ର ଦିଆଯାଇଛି।






