
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୮/୧୦/୨୬ – ଗୁରୁବାର ସନ୍ଧ୍ୟା ୯ଟା ମଧ୍ୟରେ ଉଦଳା ମେଡିକାଲରେ ଏକ ଘରୋଇ ଆମ୍ବୁଲାନ୍ସ ରୋଗୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆମ୍ବୁଲାନ୍ସ ଛାତ ଉଡିଯିବା ସହ ହୁତୁହୁତୁ ହୋଇ ଆମ୍ବୁଲାନ୍ସଟି ଜଳିଗଲା । ଘଟଣାରେ ଜଣେ ରୋଗୀ ମଧ୍ୟ ମୃତ୍ୟବରଣ କରିଥିବା ସହ ଦୁଇଜଣ ଆଘାତ ନେଇ ଏକ ଦୁଃଖଦ ସୂଚନା ମିଳିଛି । ଘଟଣା ଅନୁଯାୟୀ ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ ନାମକ ରୋଗୀ ଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନେବା ନିମନ୍ତେ ଏକ ଘରୋଇ ଆମ୍ବୁଲାନ୍ସ ଆସିଥିଲା । ଆମ୍ବୁଲାନ୍ସ ଭିତରେ ରୋଗୀ କୁ ଭର୍ତ୍ତି କରି ଅକ୍ସିଜେନ ଲଗାଇବା ସମୟରେ ଅଚାନକ ଅକ୍ସିଜେନ ସିଲିଣ୍ଡରରେ ନିଆଁ ଲାଗି ସିଲିଣ୍ଡରଟି ଫାଟି ଯାଇଥିଲା । ସ୍ଥାନୀୟ ଲୋକେ ରୋଗୀଙ୍କୁ ଆମ୍ବୁଲାନ୍ସ ଭିତରୁ ବାହାର କରି ନେଇଥିଲେ ସୁଦ୍ଧା ନିଆଁ ରେ ରୋଗୀ ଜଣଙ୍କ ମଧ୍ୟ ଅଳ୍ପ ଜଳି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଆମ୍ବୁଲାନ୍ସ ଜଳିବା ସହିତ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଏପରିକି ଆମ୍ବୁଲାନ୍ସର ଛପର ଉଡି ଅନ୍ୟ ରୋଗୀଙ୍କ ଉପରେ ପଡିଥିଲା ଯାହା ଫଳରେ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଛି । ତଦନ୍ତ ଚାଲୁ ରହିଥିବା ଜଣାପଡିଛି ।






