ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ – ସମୀକ୍ଷା ଖବର

ସୀତାକାନ୍ତ ଶତପଥୀ /ସ୍ୱତନ୍ତ୍ର ପ୍ରତିନିଧି /କଟକ / ସମୀକ୍ଷା ନ୍ୟୁଜ :

୫ଟି ମାମଲା ରୁଜୁ; ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ ଓ ସ୍କୁଟି ଜବତ
କଟକ, ୮/୧୦/୨୦୨୬: ଅବକାରୀ ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅବୈଧ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଟକ ସଦର ରେଞ୍ଜ୍‌ ପକ୍ଷରୁ ନ୍ୟାସନାଲ ଲ’ ୟୁନିଭର୍ସିଟି ନିକଟସ୍ଥ ଅଞ୍ଚଳ ଓ ବିଜୁ ପଟ୍ଟନାୟକ ପାର୍କ ଛକ ନିକଟରେ ଚଢ଼ଉ କରାଯାଇ ୫ଟି ମାମଲା ରୁଜୁ କରାଯାଇଛି। ଏହି ଚଢ଼ଉ ସମୟରେ ୩୨ ଲିଟର ଦେଶୀ ମଦ, ୬୦ ଲିଟର ଚୋରା ଦେଶୀ ମଦ IDL (Illicit Distilled Liquor) ଏବଂ ମଦ ପରିବହନରେ ବ୍ୟବହୃତ ଏକ ସ୍କୁଟି ଜବତ କରାଯାଇଛି। କଟକ ସଦର ରେଞ୍ଜ୍‌ର ଅବକାରୀ ଇନ୍ସପେକ୍ଟର ଶ୍ରୀ କମଳ ଲୋଚନ ପାଇକରାୟଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିବା ବେଳେ ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତେୱାରୀଙ୍କ ତତ୍ତ୍ୱାବଧାନରେ ଅଭିଯାନଟି ପରିଚାଳିତ ହୋଇଥିଲା। ଚୋରା ମଦ ପ୍ରସ୍ତୁତି, ପରିବହନ ଓ ବିକ୍ରୟ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଓ ଯାଞ୍ଚକୁ ଅଧିକ ଜୋରଦାର କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି।

କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓଡ଼ିଶା ବନ୍ଦ ପ୍ରଭାବରେ ଖୋରଧା ସହରରେ ଜନଜୀବନ ପ୍ରଭାବିତ