ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 08/10/2016(ନି. ପ୍ର ): ଜଗତସିଂହପୁର ଠାରୁ ଆରମ୍ଭକରି ବିରିଡି ପର୍ଯ୍ୟନ୍ତ ଇଂଡିମେଣ୍ଟ ର ଡାକରାରେ ବନ୍ଦ ଆଂଶିଙ୍କ ଅସର ହେବାର ଦେଖାପଡ଼ିଛି | ଜଗତସିଂହପୁର ସାନ ବଜାର ସ୍ଥିତ ପୌର ପାଳିକା ଛକ ପାଖରେ 10-12ଜଣ ବସି ବନ୍ଦ କରିବା ସଫକ୍ଷ୍ୟରେ ଥିଲା ବେଳେ ପ୍ରାୟ 25ଜଣ ପୋଲିସ ଚାଲୁକରିବା ସଫକ୍ଷ୍ୟରେ ଥାଇ ମୋଟର ଗାଡି ଓ କାର, ଟ୍ୱେମ୍ପୁ ଙ୍କୁ ଯିବାରେ ସହଯୋଗ କରିଥିଲେ | ବନ୍ଦ ଆଂଶିକ ହୋଇପାରିଥିଲା | ଏପଟେ ମୁଖ୍ୟ ରାସ୍ତା ଜଗତସିଂହପୁର -କଟକ ରେ ଗାଡି ଚଳାଚଳ ଅବ୍ୟାହତ ଥିଲା କିନ୍ତୁ କମ ସଂଖ୍ୟାରେ ଥିଲା ଭଦ୍ରଲୋକ ମାନେ ଡରି କରି କିଛି ଘରୁ ବାହାରି ନ ଥିବାର ମଧ୍ୟ ଦେଖାଦେଇଛି |ବିରିଡି ସ୍ଥିତ ଦୁଇ ପେଟ୍ରୋଲ ପମ୍ପ ପେଟ୍ରୋଲ ଦେଉଥିବା ବେଳେ ରାସ୍ତା କଡ଼ ବହୁ ଦୋକାନ ବଜାର ଖୋଲା ଥିଲା |

ଗ୍ୟାରେଜେ ଖୋଲା ଥାଇ ମୋଟର ସାଇକେଲ ସଜାଡୁଥିବାର ଦୂର୍ଷ୍ୟ ଦେଖିବାକୁ ମିଳିଥିଲା | କିଛି ବନ୍ଦକାରୀ ଆଶି ସେମାନଙ୍କୁ ବନ୍ଦ କରିବାକୁ କହିବାରୁ ଦୋକାନୀ ପିଲା ରଶ୍ମି ରଞ୍ଜନ ପାଢ଼ୀ କହିଥିଲେ ତାଙ୍କର ଆଜିର ପେଟ ଗୁଜୁରାଣ କେଉଁଠୁ ଆସିବ |
ପଚାରିବାରୁ ସ୍କୁଟି ଚାଳିକା ଦୀପିକା ଦାସ କହିଥିଲେ ସମ୍ବିଧାନ ଦେଶର ସବୁ ନାଗରିକଙ୍କୁ ସ୍ୱାଧୀନତା ପ୍ରଦାନ କରିଛି | ଭାରତ ବିଶ୍ଵର ସବୁଠାରୁ ବୃହତମ ଗଣତନ୍ତ୍ର ଅଟେ | ଆମେ ଭାଗ୍ୟବାନ ଏପରି ପୁର୍ଣ୍ୟ ଭୂମିରେ ଆମର ଜନ୍ମ |ସମ୍ବିଧାନରେ ବିରୋଧୀ ଦଳର ଭୂମିକା ମହତ୍ୱପୂର୍ଣ ଅଟେ | କିନ୍ତୁ ବିରୋଧୀଦଳ ଯଦି ସବୁବେଳେ ବିରୋଧୀ ଶବ୍ଦର ଅର୍ଥ ସବୁ ଦେଶରପ୍ରଗତିକୁ ବିରୋଧ କରନ୍ତି,ଯେପରି ବିରୋଧୀ ଶବ୍ଦର ଅର୍ଥ ସମସ୍ତଙ୍କୁ ବିରୋଧୀ କରିବା ତାହା ଜନସାଧାରଣ ତାଙ୍କ ପଛରେ ରହିପାରିବେ ନାହିଁ | ଏହା ଉଚ୍ଚିତ ନୁହେଁ ବନ୍ଦ କରିବା, ଭାଙ୍ଗିବା, ପୋଡିବା, ଜାଳିବା ଵା ହିଂସା ରଚିବା |





