ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼: ସଡ଼କ ଦୁର୍ଘଟଣା ରୋକିବା ସହ ଅମୂଲ୍ୟ ଜୀବନର ସୁରକ୍ଷା ଏବଂ ଜନସାଧାରଣଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସେବା ସଂକଳ୍ପ ଅଭିଯାନ ପକ୍ଷରୁ ବରଗଡ଼ଠାରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁବାସ ବାରିକ ଆଶୋକା ଟୋଲ ପ୍ଲାଜା ପବ୍ଲିକ ରିଲେସନ ଅଫିସର,ତପନ ସେଠୀ ସୁରକ୍ଷା ଅଧିକାରୀ,ଜି.କାନ୍ତି କୁମାର ପ୍ରକଳ୍ପ ମୁଖ୍ୟ , ରମେଶ ବୋରକର ମ୍ୟାନେଜର ପ୍ରମୁଖ ଉପସ୍ଥିତ ରହି ସଡ଼କ ସୁରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ। ଟ୍ରାଫିକ୍ ନିୟମ ମାନିବା, ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା, କାର୍ରେ ସିଟ୍ବେଲ୍ଟ ବ୍ୟବହାର କରିବା, ଦ୍ରୁତଗତିରେ ଗାଡ଼ି ନ ଚଳାଇବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ର ବ୍ୟବହାର ନ କରିବା ଭଳି ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଯେଉଁମାନେ ହେଲମେଟ ପିନ୍ଧିଥିଲେ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିବା ବେଳେ ଯେଉଁ ମାନେ ହେଲମେଟ ପିନ୍ଧି ନ ଥିଲେ ତାଙ୍କୁ ମାଗଣାରେ ହେଲମେଟ ପ୍ରଦାନ କରାଯାଇଥିଲା । ତେବେ ସାମାନ୍ୟ ଅସାବଧାନତା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ିପଡ଼ୁଛି। ତେଣୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ପ୍ରେରିତ କରିବା ଆବଶ୍ୟକ। ଏକ ସୁରକ୍ଷିତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଓ ଦାୟିତ୍ୱବୋଧ ଅପରିହାର୍ଯ୍ୟ। ସେବା ସଂକଳ୍ପ ଅଭିଯାନର ଏହି ପଦକ୍ଷେପ ସଡ଼କ ସୁରକ୍ଷା ପ୍ରତି ଜନସାଧାରଣଙ୍କ ଦାୟିତ୍ୱବୋଧ ବୃଦ୍ଧି କରିବା ସହ ଦୁର୍ଘଟଣାମୁକ୍ତ ସମାଜ ଗଠନ ଦିଗରେ ଏକ ସକାରାତ୍ମକ ପ୍ରୟାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।





