ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:
ପାଟଣା:୯/୧୦,ସରକାର ଙ୍କ ସେବାସେତୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ପାଟଣା ବ୍ଲକ ମୁଖ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ରକ୍ତଦାନ ଶିବିର ବ୍ଲକ ମୁଖ୍ୟାଳୟ ଗ୍ରନ୍ଥାଗାର ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମେଗା ସ୍ୱାସ୍ଥ୍ୟ ଶିବିର ୧୧୨୦ ଜଣଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପ୍ରଦାନ କରା ଯାଇଥିଲା।ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ସଂମ୍ମାନୀତ ଅତିଥି ଭାବେ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ।ସ୍ୱାସ୍ଥ୍ୟ ଶିବିର ରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପଦ୍ମିନୀ ହସ୍ପିଟାଲ ର ଡାକ୍ତର ମାନେ ଶିବିରାର୍ଥୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚିକିତ୍ସା ପରାମର୍ଶ ଦେଇଥିଲେ।

ଉପସ୍ଥିତ ଡାକ୍ତର ମାନଙ୍କ ମଧ୍ୟରେ ଡାକ୍ତର ଦୀପ୍ତି ସାହୁ,ପଙ୍କଜ କୁମାର ପରିଡ଼ା, ରୋସନ ମହାନ୍ତି, ବିକାଶ କୁମାର,ଚକ୍ଷୁ ରୋଗରେ ପ୍ରିୟଙ୍କା, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁବାଷ ଚନ୍ଦ୍ର ପାତ୍ର,ନିରଞ୍ଜନ ସାହୁ,ରାଧାରମାନ ସାହୁ,ଚମ୍ପକ ବେହେରା, ପାର୍ଥ ସାରଥୀ ଦାଶ ଓ ଯଶୋବନ୍ତ ମହାନ୍ତ ପ୍ରମୁଖ ରୋଗୀଙ୍କ ପରୀକ୍ଷା ପରେ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରିଥିଲେ।ବିପିଏମ ଦୀପକ କୁମାର ନାୟକ ଙ୍କ ତତ୍ୱାବଧାନରେ ଔଷଧ ବିତରଣ କରଯାଇଥିଲା।ପାଟଣା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁସ୍ମିତା ବେହେରା, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଝା, ମନୋଜ କୁମାର ପଣ୍ଡା,ଆବାସ ସଂଯୋଜକ ସୁରେନ୍ଦ୍ର ଖଣ୍ଡା, ବିପିସି ଜମାଲଉଦ୍ଦିନ ଖାନ,ପ୍ରମୁଖ ଅନ୍ୟମାନେ ଶିବିର ପରିଚାଳନା କରିଥିଲେ।ଓଡ଼ିଶା ରକ୍ତ ଭଣ୍ଡାର କେନ୍ଦୁଝର ଜିଲ୍ଲା ଶାଖାର ପିଆରଓ ଅକ୍ଷୟ କୁମାର ସାହୁ ଓ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେଏହି ଶିବିର ରେ ୪୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଉପସ୍ଥିତ ଡାକ୍ତର ମାନଙ୍କୁ ଏଠାରେ ବ୍ଲକ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।





