ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ ହିନ୍ଦ ମଜଦୁର ସଭା ଅନୁବନ୍ଧିତ ଶ୍ରମିକ ସଂଗଠନ ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ର ଏକ ସାଧାରଣ ପରିଷଦ ବୈଠକ ସଂଘର ବରିଷ୍ଠ ଉପସଭାପତି ତଥା ଆଇନଜୀବୀ ଅମୃତ ଦାସଙ୍କ ଅଧ୍ୟକ୍ଷତା ରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ର ସଭାପତି ତଥା ବିଜେପି ଜିଲ୍ଲା ସଭାପତି ଏବଂ ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ୟୁନିୟନ ର ଅନ୍ୟତମ ଉପସଭାପତି ତଥା ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଖଟୁଆ, ଶ୍ରମିକ ନେତା ଅନନ୍ତ କୁମାର ଦାସ, ନୀଳକଣ୍ଠ ଦେ, ପ୍ରତାପ ହଜାରୀ, ଅନୟ କୁମାର ସ୍ୱାଇଁ, ଅନ୍ତର୍ଯ୍ୟାମୀ ମାର୍ଥୀ, ଦୁର୍ଗା ଚରଣ ମଲ୍ଲିକ, ପ୍ରକାଶ ଦାସ, ଗଜେନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ବୈଠକରେ ଅତୀତରେ ଶ୍ରମିକ ସଂଗଠନର କାର୍ଯ୍ୟଧାରା, ସଫଳତା ଓ ବିଫଳତା ସମ୍ପର୍କରେ ଆଲୋଚନା କରାଯାଇ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସାମୁହିକ ବିକାଶ ଉପରେ ଆଲୋକପାତ କରାଯାଇ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଥିଲା l ତେବେ ଶ୍ରମିକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଭାପତି ପ୍ରତାପ ମିଶ୍ର ଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ସାଧାରଣରେ ଆସ୍ଥା ପ୍ରକଟ କରାଯାଇଥିଲା l

ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା