ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଫାଟକ ସମ୍ମୁଖରେ ଶବ ରଖି ଧାରଣା

ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଫାଟକ ସମ୍ମୁଖରେ ଶବ ରଖି ଧାରଣା – ସମୀକ୍ଷା ଖବର
ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଫାଟକ ସମ୍ମୁଖରେ ଶବ ରଖି ଧାରଣା – ସମୀକ୍ଷା

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିକୁ ନେଇ କମ୍ପାନୀ ଫାଟକ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପତ୍ନୀଙ୍କୁ ନିଯୁକ୍ତି ସହ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦାବିରେ ପରିବାରବର୍ଗ, ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ, ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ବଡ଼ଗବପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ପୁଅ ପବିତ୍ର ବେହେରା (୩୫) ଦୀର୍ଘ ଦେଢ଼ ବର୍ଷ ଧରି ଜେଏସ୍‌ଡବ୍ଲ୍ୟୁର ଏକ ଭେଣ୍ଡର କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୨୪ ତାରିଖରେ କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ପରିବାରଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇ ଚିକିତ୍ସା କରାଉଥିଲେ। ପ୍ରାୟ ୧୬ ଦିନ ଧରି ଚିକିତ୍ସାଧୀନ ରହିବା ପରେ ଶନିବାର ଅକ୍ଟୋବର ୧୦ ତାରିଖ ସକାଳ ପ୍ରାୟ ୯ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ପରିବାରଲୋକେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଫାଟକ ସମ୍ମୁଖକୁ ନେଉଥିବା ବେଳେ ଅଭୟଚାନ୍ଦପୁର ପୋଲିସ ବାଉଣ୍ଡାରି ରାସ୍ତାରେ ଆମ୍ବୁଲାନ୍ସକୁ ଅଟକାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପରିବାରଲୋକ ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ବଚସା ହୋଇଥିଲା। ଶେଷରେ ସମ୍ପର୍କୀୟମାନେ ଆମ୍ବୁଲାନ୍ସରୁ ମୃତଦେହକୁ ବାହାର କରି କାନ୍ଧରେ ବୋହି ପ୍ରାୟ ଦୁଇ କିଲୋମିଟର ଚାଲିଚାଲି କମ୍ପାନୀ ଫାଟକ ନିକଟରେ ପହଞ୍ଚିଥିଲେ।

ପାରାଦୀପ: ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ଫାଟକ ସମ୍ମୁଖରେ ଶବ ରଖି ଧାରଣା – ସମୀକ୍ଷା


ଏହି ଘଟଣାକୁ ନେଇ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ମୃତଦେହକୁ କମ୍ପାନୀ ଫାଟକ ସମ୍ମୁଖରେ ରଖି ମୃତକଙ୍କ ଧର୍ମପତ୍ନୀ, ଦୁଇ ପୁଅ, ପରିବାରବର୍ଗ ଓ ଗ୍ରାମବାସୀଙ୍କ ସହ ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ ଧାରଣାରେ ବସିଛନ୍ତି। ମୃତକଙ୍କ ପତ୍ନୀଙ୍କୁ ନିଯୁକ୍ତି ଏବଂ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
ପରିବାରର ଅଭିଯୋଗ ଅନୁଯାୟୀ, ଏହି ଘଟଣାକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ସହ କୌଣସି ଆଲୋଚନା କରିନାହାନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧରି ଧାରଣା ଜାରି ରଖିବେ ବୋଲି ପରିବାରବର୍ଗ ଚେତାବନୀ ଦେଇଛନ୍ତି।
ଧାରଣା ଯୋଗୁଁ କମ୍ପାନୀ ଫାଟକରେ ତାଲା ପଡ଼ିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ରାସ୍ତାରେ ଯାନଜଟ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ମୁତୟନ କରାଯାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୱଣ୍ଡରୱାଲା ୱାଟର ପାର୍କ ଓ ଅରାଙ୍ଗ-ମଧୁପୁର ନିକଟରେ ଦୁଇଟି ସ୍ଥାନରେ ଚଢ଼ାଉ; ୭ଟି ଜେସିବି ଓ ୫ଟି ହାଇୱା ଜବତ,