ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ରାଜ୍ୟପାଳଙ୍କ ବରଗଡ ଗସ୍ତ

ରାଜ୍ୟପାଳଙ୍କ ବରଗଡ ଗସ୍ତ – ସମୀକ୍ଷା ଖବର

ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନିୟୁଜ :
ବରଗଡ, 11/10/2026: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଙ୍କର ଏହି ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।ଆଜି ବରଗଡ଼ ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ବୋଇଂ ସୁକନ୍ୟା ଏରୋସ୍ପେସ୍ ଲ୍ୟାବ୍ ର ଭବ୍ୟ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଏହି ଉଦ୍‌ଘାଟନୀ ମାଧ୍ୟମରେ ଦେଶର ଝିଅମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ‘ସୁକନ୍ୟା’ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଭାରତର ଦ୍ରୁତ ବିକାଶଶୀଳ ବିମାନ ଚଳାଚଳ କ୍ଷେତ୍ରରେ ଛାତ୍ରୀମାନଙ୍କ ପ୍ରବେଶକୁ ସହଜ କରିବା, ସେମାନଙ୍କ ପାଇଁ ଷ୍ଟେମ୍ଲ୍ୟାବ୍ ପ୍ରତିଷ୍ଠା କରିବା ଏବଂ ବ୍ୟାବହାରିକ ପ୍ରଶିକ୍ଷଣ ପ୍ରଦାନ କରିବା ।ଏହା ପୂର୍ବରୁ ଗତକାଲି ରାଜ୍ୟପାଳ ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟିଙ୍କ ସହ ବରଗଡ଼ ଓ ସମ୍ବଲପୁର ଜିଲ୍ଲା ସୀମାନ୍ତରେ ଥିବା ପ୍ରସିଦ୍ଧ ଡେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ସେଠାରେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିବା ସହ ଘରୋଇ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ।ରାଜ୍ୟପାଳଙ୍କ ବରଗଡ଼ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟପାଳଙ୍କ ବରଗଡ ଗସ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧବଲମୁଖୀ ବେଶକୁ ନେଇ ଭକ୍ତଙ୍କ ଭିଡ