ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ମାଲକାନଗିରି ଗଞ୍ଜାମ ଖୋର୍ଦ୍ଧା

କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ

କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ – ସମୀକ୍ଷା ଖବର

ସମ୍ବଲପୁର / ସମୀକ୍ଷା  ବ୍ୟୁରୋ ନ୍ୟୁଜ:

କୁଚିଣ୍ଡା, ୧୧ା୧୦: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅଧୀନ ଘୋଷା ଅଞ୍ଚଳରେ ଚର୍ଚ୍ଚିତ ଦନ୍ତାହାତୀ ‘ରାଜୁ’ର ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅନୁଗୋଳ ଓ ଦେବଗଡ଼ ଜିଲ୍ଲା ଦେଇ ଆସିଥିବା ଏହି ଦନ୍ତାହାତୀ ଏବେ କୁଚିଣ୍ଡା ଅଞ୍ଚଳରେ ଡେରା ପକାଇଛି। ଗତ କିଛି ଦିନ ଧରି ରାଜୁ ବାରମ୍ବାର ନିଜର ଗତିପଥ ପରିବର୍ତ୍ତନ କରି ରେଙ୍ଗାଲବେଡ଼ା, ଭୋଜପୁର ଓ ଲାଡ଼ ଅଞ୍ଚଳ ଦେଇ ଘୋଷା ଗ୍ରାମ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି। ହାତୀଟିର ଗତିବିଧିକୁ ନେଇ ଆଖପାଖ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, କୁଚିଣ୍ଡା ଆଖପାଖ ଅଞ୍ଚଳରେ ଆଉ ଏକ ୬ ଟିକିଆ ହାତୀପଲ ବିଚରଣ କରୁଥିବା ଜଣାପଡ଼ିଛି। ଏକାସାଙ୍ଗରେ ଦନ୍ତା ରାଜୁ ଓ ହାତୀପଲର ଉପସ୍ଥିତି ଯୋଗୁଁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି। ବିଶେଷକରି ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀମାନେ ଜନବସତି ମୁହାଁ ହେବା ସହ ଚାଷଜମିରେ ପ୍ରବେଶ କରିବାର ଆଶଙ୍କା ରହିଥିବାରୁ ଗ୍ରାମବାସୀମାନେ ସତର୍କ ରହିଛନ୍ତି।

କୁଚିଣ୍ଡାର ଘୋଷା ଅଞ୍ଚଳରେ ଦନ୍ତାହାତୀ ‘ରାଜୁ’ ସହ ୬ ଟିକିଆ ହାତୀପଲର ଉପସ୍ଥିତି, ଆତଙ୍କରେ ଅଞ୍ଚଳବାସୀ – ସମୀକ୍ଷା

ପରିସ୍ଥିତିକୁ ଦୃଷ୍ଟିରେ ରଖି କୁଚିଣ୍ଡା ବନ ବିଭାଗ ପକ୍ଷରୁ ଉଭୟ ଦନ୍ତା ରାଜୁ ଓ ୬ ଟିକିଆ ହାତୀପଲର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ହାତୀମାନେ ଯେପରି ଜନବସତି ମଧ୍ୟକୁ ପ୍ରବେଶ ନ କରନ୍ତି ଏବଂ ଧନଜୀବନର କୌଣସି କ୍ଷୟକ୍ଷତି ନ ଘଟେ, ସେଥିପାଇଁ ବନ କର୍ମଚାରୀମାନେ ଦିନରାତି ପାଟ୍ରୋଲିଂ ଜାରି ରଖିଛନ୍ତି। ଏଥିସହ ହାତୀଙ୍କ ନିକଟକୁ ନ ଯିବା, ସତର୍କତା ଅବଲମ୍ବନ କରିବା ଏବଂ ରାତି ସମୟରେ ଜଙ୍ଗଲ ରାସ୍ତାରେ ଯାତାୟାତ ନ କରିବାକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଷମକଟକ ବିଧାୟକ ନୀଳମାଧବ ହିକକା ଦୁଇ ଛାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ବରଣ କରିଥିବା ଶୋକ ସ୍ଵନ୍ତପ୍ତ ପରିବାରଙ୍କୁ ଭେଟି ସମ ବେଦନା ଜଣାଇଲେ