ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର:
କୁଚିଣ୍ଡା ୧୨ | ୧୦ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ଏବଂ କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସରଓ୍ବନନ୍ ସ. ଯୋଗଦେଇ ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରିଛନ୍ତି।ଏହି ଶିବିରରେ ମୋଟ ୭୨ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା, ଯେଉଁଥିରେ ୬୬ ଟି ବ୍ୟକ୍ତିଗତ ଏବଂ ୬ ଟି ସାମୂହିକ ଗୋଷ୍ଠୀଗତ ଅଭିଯୋଗ ସାମିଲ ଥିଲା। ଆସିଥିବା ସମସ୍ତ ସମସ୍ୟାଗୁଡ଼ିକର ଶୀଘ୍ର ଏବଂ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।






