ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ପୁରୀ

୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:


ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଫଟାମୁଣ୍ଡା ଗାଁରେ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ୧୪ତମ ଟିହିଲି ଉତ୍ସବ-୨୦୨୬ ଉପଲକ୍ଷେ ମହିଳା ଓ ଯୁବକମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଦୀର୍ଘ ୧୩ ବର୍ଷ ଧରି ଗାଁରେ ଟିହିଲି ଉତ୍ସବ ପାଳିତ ହୋଇଆସୁଥିବା ବେଳେ ପ୍ରତିବର୍ଷ ଉତ୍ସବ ପୂର୍ବରୁ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି।ଚଳିତ ବର୍ଷ ମହିଳାମାନଙ୍କୁ ନେଇ ମଣ୍ଡା ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଫଟାମୁଣ୍ଡା ଗାଁର ଜୟ ମା’ ଲକ୍ଷ୍ମୀ, ମା’ ଗଣାଘାଟେନ, ମା’ ଝାସୀରାଣୀ, ମାତା ସାବିତ୍ରୀବାଇ ଫୁଲେ, ମା’ ସମଲେଶ୍ୱରୀ, ଶ୍ରୀଜଗନ୍ନାଥ, ତାରାତାରିଣୀ ଓ ବଜରଙ୍ଗବଳି ନାମରେ ଥିବା ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ନୃତ୍ୟଗୁରୁ ଅଞ୍ଜଳି ପରିଡ଼ା ମଣ୍ଡା ପିଠା ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ଭିତ୍ତିଭୂମି ସେବା ସଂଗଠନ ପକ୍ଷରୁ ସୁଦେଷ୍ନା ସ୍ୱାଇଁ ସାହୁ, ଶୁକଦେବ ସ୍ୱାଇଁ ଓ ଦାଶରଥୀ ବିଚାରକ ଭାବେ ଯୋଗଦେଇଥିଲେ।

୧୪ତମ ଟିହିଲି ଉତ୍ସବ ପୂର୍ବରୁ ମହିଳା ଓ ଯୁବକଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା – ସମୀକ୍ଷା

ଏହାପରେ ମହିଳା ଓ ଗାଁର ଯୁବକମାନଙ୍କୁ ନେଇ ସୁଜି ସୁତା ରେସ, ଚାମଚ ବାଟି ରେସ, ମାଟିଆ ଫଟା, ମ୍ୟୁଜିକ୍ ଚେୟାର, ଗୀତ, ହୁଳହୁଳି, ରଙ୍ଗୋଲି ଓ ଝୋଟି ଭଳି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏଥିସହ ଯୁବକମାନଙ୍କୁ ନେଇ ଜୁନିଅର ଓ ସିନିୟର ବିଭାଗରେ ମାରାଥନ ଦୌଡ଼ ମଧ୍ୟ ଆୟୋଜିତ ହୋଇଥିଲା।
ବିଭିନ୍ନ ପ୍ରତିଯୋଗିତାରେ ରମେଶ ଗୁର୍ଲା, ଆଶିଷ ବୈକାର, ସୋନାଲିକା ଶବର, ମିନାକ୍ଷୀ ଭୋଇ ଓ ବିକ୍ରମ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରତିଯୋଗିତାରେ ବିଜେତାମାନଙ୍କୁ ଆସନ୍ତା ୨୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଟିହିଲି ଉତ୍ସବ ଅବସରରେ ପୁରସ୍କୃତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି। କ୍ଳବ ସଭାପତି ଗୋପବନ୍ଧୁ ଶିକାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ସଂପାଦକ ରାଜିନୀକାନ୍ତ ସୁନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରଙ୍ଗାଧର ସୁନା, ରାଜେଶ ମହାନନ୍ଦ, ତ୍ରିଲୋଚନ ସୁନା, ଶଶୀ, ରଂଜନ, ଦୁଃଶାସନ, ରାଜୁ, ରମେଶ, ସନ୍ତୋଷ, ବେଣୁ, ଭକ୍ତ, ହିମାଞ୍ଚଳଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସମ୍ବଲପୁର: ଜିଲ୍ଲା କୁଚିଣ୍ଡାର ନବନିର୍ମିତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ ଶଙ୍ଖନାଦ