ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଆର୍‌. ନୂଆଗାଁ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ

ଆର୍‌. ନୂଆଗାଁ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ – ସମୀକ୍ଷା ଖବର

ଅଚ୍ୟୁତ ଜାନି/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆର୍‌. ନୂଆଗାଁସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସଂଘ (ପିଟିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁଭଶ୍ରୀ ସୋରେନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ପ୍ରାୟ ୨୦୦ ଜଣ ଅଭିଭାବକ ଯୋଗଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ପାଠପଢ଼ାରେ ଉନ୍ନତି, ନିୟମିତ ଉପସ୍ଥାନ, ଶୃଙ୍ଖଳା ଏବଂ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତିରେ ଅଭିଭାବକଙ୍କ ସକ୍ରିୟ ସହଯୋଗ ଓ ଶିକ୍ଷକଙ୍କ ଦାୟିତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ପିଜିଟି ଶିକ୍ଷକ ଶ୍ରୀହର୍ଷ ଗୌଡ଼ା (ଗଣିତ), ଲୁସି ଅଭିଳାଷା (ଜୀବବିଜ୍ଞାନ), ପୂର୍ଣ୍ଣିମା ରାଉତ (ରସାୟନ ବିଜ୍ଞାନ), ରଞ୍ଜିତା ସାହୁ (ପଦାର୍ଥ ବିଜ୍ଞାନ) ଓ ସୌଭାଗ୍ୟ ଗର୍ନାୟକ (ଇଂରାଜୀ)ଙ୍କ ସମେତ ଟିଜିଟି ଶିକ୍ଷକ ଅଜିତ କୁମାର ଦେହୁରୀ (ଜୀବବିଜ୍ଞାନ), ଅମୂଲ୍ୟ କୁମାର ସାହୁ (ଓଡ଼ିଆ), ସୁମନ୍ତ ଦଳେଇ (ଭୌତିକ ବିଜ୍ଞାନ), ନରେଶ କହଁର (ସାମାଜିକ ବିଜ୍ଞାନ), ଅଳଙ୍କୃତା ଚୌଧୁରୀ (ଗଣିତ), ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉଳ (ଇଂରାଜୀ) ଓ ରୀତା ରାଉତ (ସଂସ୍କୃତ) ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି)ର ସଭାପତି ଶରତ କୁମାର କହଁର ମଧ୍ୟ ଉପସ୍ଥିତ ଥିଲେ। ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା ଅନୁଷ୍ଠିତ