ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବଲାଣି CISF ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ବଲାଣି CISF ପକ୍ଷରୁ ଶୀତବସ୍ତ୍ର ବଣ୍ଟନ – ସମୀକ୍ଷା ଖବର

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :

ଯୋଡ଼ା/କେନ୍ଦୁଝର, ୧୫/୧୦/୨୦୨୬ : କେନ୍ଦୁଝର ଜିଲ୍ଲାର ବଲାଣିସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ୟୁନିଟ୍‌ର ସଂରକ୍ଷିକା ପକ୍ଷରୁ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଟାଟିବାସ୍ଥିତ ବିରହର ବସ୍ତିରେ ଗୁରୁବାର ଏକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ବସ୍ତିର ବରିଷ୍ଠ ପୁରୁଷ ଓ ମହିଳାମାନଙ୍କୁ ଶୀତକାଳୀନ ବସ୍ତ୍ର ବଣ୍ଟନ କରାଯାଇଥିବା ବେଳେ ଶିଶୁମାନଙ୍କୁ ମିଷ୍ଟାନ୍ନ, ଚକୋଲେଟ୍ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା।CISF ସଂରକ୍ଷିକା ପକ୍ଷରୁ ସାମାଜିକ ସେବା ଓ ଜନକଲ୍ୟାଣ ଭାବନାକୁ ଗୁରୁତ୍ୱ ଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗ୍ରାମାଞ୍ଚଳର ଗରିବ ଓ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସହାୟତା ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।କାର୍ଯ୍ୟକ୍ରମରେ CISF ୟୁନିଟ୍‌ର କମାଣ୍ଡାଣ୍ଟ ଦୀପକ ରାୟ, ଶ୍ରୀମତୀ ରଞ୍ଜନା ଙ୍କ ସମେତ ୟୁନିଟ୍‌ର ଅନେକ ଯବାନ ଉପସ୍ଥିତ ଥିଲେ।ଏହି ମାନବିକ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ସମାଜସେବୀ ଦୀନବନ୍ଧୁ ପାତ୍ର ବଲାଣି CISF ୟୁନିଟ୍‌ର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାରେ ୟୁନିଟ୍‌ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ବଲାଣି CISF ପକ୍ଷରୁ ଶୀତବସ୍ତ୍ର ବଣ୍ଟନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାଟଣା କଲେଜ ଛାତ୍ର ନିର୍ବାଚନ ପ୍ରଚାର ଶେଷ, ଭୋଟ ପାଇଁ ଘରେ ଘରେ ବୁଲୁଛନ୍ତି ପ୍ରାର୍ଥୀ