ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ସୋହେଲା,୧୬। ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ଚାଲିଥିବା ଦଶହରା କପ ଫୁଟବଲ ପ୍ରତିଯୋଗିତାରେ ଆଜି କଦଳିପାଳି ଏବଂ ମୁଣ୍ଡାପଡା ବରଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ନିର୍ଧାରିତ ସମୟରେ ମ୍ୟାଚ ଗୋଲ ଶୂନ୍ୟ ରହିବାରୁ ଟାଇବ୍ରେକର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଣ୍ଡାପଡା ବରଗଡ଼ ଦଲ ୫-୪ ଗୋଲରେ କଦଳୀପାଲି ଦଳଜୁ ହରାଇ ବିଜୟୀ ହୋଇଥିଲେ । ବିଜୟୀ ଦଳର ଗୋଲ ରକ୍ଷକ ହର୍ଷ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଆଜିର ମ୍ୟାଚ କୁ ରେଫରୀ ଶଶିକାନ୍ତ ଦାସିଆ, ଅନୀଲ ବାଗ, ଦିପେଶ ପଧାନ, ଜିତୁ ପାତ୍ର ପରିଚାଳନା କରିଥିଲେ । ମ୍ୟାଚ ପୂର୍ବରୁ ସାର୍ବଜନୀନ ଦୁର୍ଗା ପୂଜା କମିଟିର ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।






