ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି

ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି – ସମୀକ୍ଷା ଖବର
ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି – ସମୀକ୍ଷା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୮/୧୦/୨୬ – ବେତନଟୀ ଚଣ୍ଡୀଛକ ନିକଟରେ ଦୂର୍ଗାପୂଜା ପାଇଁ ନିର୍ମିତ ଗେଟ ଆଜି (ରବିବାର) ସନ୍ଧ୍ୟା ସମୟରେ ବର୍ଷା ପବନ ଯୋଗୁଁ ସମ୍ପୂର୍ଣ୍ଣ ଭାଙ୍ଗିଯାଇ ରାସ୍ତା ଉପରେ ଗଡିପଡିଛି । ମାଆଙ୍କ ମହିମାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇ କାହା ଜୀବନ ପ୍ରତି ବିପଦ ହୋଇନଥିବା ବେଳେ ବର୍ଷା ପାଇଁ ଗେଟ ନିକଟରେ ଗାଡିଗୁଡିକ ଛିଡା ହୋଇଥିବା ସମୟରେ ଗାଡି ଉପରେ ଗେଟଟି ଗଡିପଡିବା ଫଳରେ ବହୁ ଗାଡି ଭାଙ୍ଗିରୁଜି ଯାଇଥିବା ଖବର ମିଳିଛି । ତେବେ ଗେଟ ଗଡି ପଡିଥିବା ଗୋଟିଏ ଅଟୋ ମଧ୍ୟରେ ୨ଜଣ ଓ କାର ମଧ୍ୟରେ ୩ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଓ ୧୦ରୁ ଉପରକୁ ବାଇକ ମଧ୍ୟ ଓ ଅଳ୍ପ ଦୋକାନ ଭାଙ୍ଗିରୁଜି ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଗେଟରେ ଲାଗିଥିବା ବାଉଁଶ ଗୁଡିକ ଖୁବ କମ ଗଭୀରତାରେ ପୋତା ଯାଇଥିବା ନେଇ ବିଶାଳ ଗେଟଟି ରାସ୍ତା ଉପରେ ଗଡିଯାଇଥିବା ନେଇ ଜୋର ଚର୍ଚ୍ଚା ହେଉଛି । ରାସ୍ତା ଉପରେ ଏଭଳି ସାଜସଜ୍ଜାକୁ ଆଗାମୀ ଦିନରେ ପ୍ରଶାସନ ବାରଣ କରିବା ସହ ପ୍ୟାଣ୍ଡଲ ଗୁଡିକ ତଦାରଖ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ସମୟରେ ସାର୍ବଜନୀନ ପୂଜା ମାନଙ୍କରେ ଜନଗହଳି ସ୍ଥାନ ବା ମୁଖ୍ୟରାସ୍ତାରେ ଯାଆସ କରୁଥିବା ଜନତାଙ୍କ ଜୀବନ ସୁରକ୍ଷା ନେଇ ମଧ୍ୟ ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି, ନଚେତ ଆଜି କଲକାତା ଭଳି ଏକ ବଡ଼ ଅଘଟଣ ଘଟିଥାନ୍ତା ବୋଲି ଅଞ୍ଚଳବାସୀ ଆଲୋଚନା କରିଛନ୍ତି । ରାସ୍ତା ଉପରେ ଗଡିପଡିଥିବା ବାଉଁଶ ଭାଙ୍ଗି ବିଛାଡି ପଡିଥିବା ଯୋଗୁଁ ସେ ରାସ୍ତା ଦେଇ ଯିବା ଆସିବା ସମ୍ଭବ ହୋଇପାରୁନାହିଁ ଓ ରାସ୍ତା ଉପରୁ ଭଙ୍ଗାଗେଟ ଉଠାଇ ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରହିଛି । ଜନଜୀବନ ସୁରକ୍ଷା ଦୃଷ୍ଟିରୁ ଆଗାମୀ ଦିନରେ ରାସ୍ତା ଖୋଳି, ଖୁଣ୍ଟ ପୋତି ରାସ୍ତା ଉପରେ ହେଉଥିବା ଏଭଳି ବିଦ୍ୟୁତ ଆଲୁଅ ସାଜସଜ୍ଜାକୁ ମଧ୍ୟ ପ୍ରଶାସନ ଅନୁମତି ଦେବା ଉଚିତ ନୁହେଁ ବୋଲି ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଛି ।

ବେତନଟୀ ଦୂର୍ଗାପୂଜା ଗେଟ ଭାଙ୍ଗିରାସ୍ତା ଉପରେ ; ବ୍ୟାପକ କ୍ଷତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼