ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୟୂରଭଞ୍ଜ: ଚକଚକ ବାହାର, ଭିତର ଫମ୍ପର .. ବଡ଼ସାହି ସିଏଚସି

ମୟୂରଭଞ୍ଜ: ଚକଚକ ବାହାର, ଭିତର ଫମ୍ପର .. ବଡ଼ସାହି ସିଏଚସି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୯/୧୦/୨୬ – ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ପଛେ କଳଙ୍କି ଲାଗିଯାଉ ମାତ୍ର ବିଭିନ୍ନ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ରୂପ ପରିବର୍ତ୍ତନ ହେବାରେ ଲାଗିଛି । ମାତ୍ର ରୋଗୀ ବହୁଳ ସର୍ବବୃହତ ମୟୂରଭଞ୍ଜ ଜିଲ୍ଲାରେ ଆବଶ୍ୟକ ଡାକ୍ତର ପଦବୀ ପାଇଁ ତତ୍ପରତା ଶୂନ । ରୋଗୀଙ୍କ ମୌଳିକ ସମସ୍ୟାର ସମାଧାନ ଛାଡି ନୂତନ ଗୃହ ନିର୍ମାଣ ସାଙ୍ଗକୁ ରଙ୍ଗ ବୋଳିବାକୁ ବିଭାଗର ଏତେ ତତ୍ପରତା କାହିଁକି ବୋଲି ଜିଲ୍ଲାବାସୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଏସବୁ ନେଇ ଡାକ୍ତରଖାନା ଚକଚକ କରୁଥିବା ବେଳେ ଭିତରଟି କିନ୍ତୁ ଫମ୍ପା ବୋଲି ବିଭିନ୍ନ ମହଲରେ ଉପହାସ ପୂର୍ବକ ଜୋର ଚର୍ଚ୍ଚା ହେଉଛି । ଖବର ଅନୁଯାୟୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ରହିଛି ପ୍ରାୟ ୨୬ଟି ସ୍ୱାସ୍ଥ୍ୟକେନ୍ଦ୍ର । ମାତ୍ର ଏସବୁରେ ଡାକ୍ତର ଓ ନର୍ସ ସହ ଅନ୍ୟାନ୍ୟଙ୍କ ଆବଶ୍ୟକତା ତୁଳନାରେ ଢେର କମ ଡାକ୍ତର ଓ ନର୍ସ ରହିଥିବା ନେଇ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇନପାରିବା ଏକ ବଡ଼ ବିଡମ୍ବନା । ପୁଣି କେତେବେଳେ କୋଉ ଡାକ୍ତର ଛୁଟିରେ ଯିବା ବା ଡେପୁଟେସନରେ ଅନ୍ୟତ୍ର ସ୍ଥାନାନ୍ତର ନେଇ ଅଞ୍ଚଳର ଆଶାୟୀ ଗରିବ ଆଞ୍ଚଳିକ ରୋଗୀ ସମୂହ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଏକ ନିତିଦିନିଆ ଘଟଣା । ମୟୂରଭଞ୍ଜ ରୋଗୀଙ୍କ ବ୍ୟତୀତ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରୋଗୀ ମଧ୍ୟ ନିର୍ଭର କରି ମୁଖ୍ୟ ଡାକ୍ତରଖାନାକୁ ପ୍ରତ୍ୟହ ବହୁଳ ମାତ୍ରାରେ ଆସୁଥିବା ଦୃଷ୍ଟାନ୍ତ ରହିଛି । ତେବେ ଏହି ଡାକ୍ତର ଅଭାବଜନିତ ସମସ୍ୟା ସଜାଡ଼ିବାକୁ ବହୁ ପୂର୍ବରୁ ଓ ବିଭିନ୍ନ ସମୟରେ ଦାବି ଉଠୁଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣପାତ ନକରିବାର ପ୍ରତିଶୋଧ ପାଇଁ ଅପେକ୍ଷାରେ ଅଛନ୍ତି ଜିଲ୍ଲାବାସୀ ।

ମୟୂରଭଞ୍ଜ: ଚକଚକ ବାହାର, ଭିତର ଫମ୍ପର .. ବଡ଼ସାହି ସିଏଚସି – ସମୀକ୍ଷା

ଶିମିଳିପାଳ ପାଦଦେଶରେ ଓ ଜିଲ୍ଲାର ସର୍ବବୃହତ ବ୍ଲକ ବଡ଼ସାହିରେ ଅଧିକାଂଶ ଗରିବ ବସବାସ କରୁଥିବା ୩୦ଟି ପଞ୍ଚାୟତର ୨୧୨ଗ୍ରାମକୁ ନେଇ ପରିଚିତ ବ୍ଲକ ମୁଖ୍ୟାଳୟ ବଡ଼ସାହିର ଜନସଂଖ୍ୟା ପ୍ରାୟ ୨ଲକ୍ଷ ଉପରେ । ସ୍ୱାସ୍ଥ୍ୟ ସମସ୍ୟା ନେଇ ବ୍ଲକ ମୁଖ୍ୟାଳୟରେ ଥିବା ବଡ଼ସାହି ଫାଷ୍ଟ ରେଫେରାଲ ସେଣ୍ଟର (ସିଏଚସି)କୁ ବହୁ ସଂଖ୍ୟକ ରୋଗୀ ଚିକିତ୍ସା ନିମିତ୍ତ ଆସିଥାନ୍ତି । ପୁଣି ଏହା ଅଧୀନରେ ରହିଛି ମାଣତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା କମଳାଶୋଳ, ସାନକେର୍କ, ସାକୁଆ ଓ ଦେଉଳିଆ ଭଳି ସ୍ଥାନରେ ରହିଛି ନୂତନ ସ୍ୱାସ୍ଥ୍ୟକେନ୍ଦ୍ର । ଆହୁରି ରହିଛି ପାଖାପାଖି ୩୮ ଉପ ସ୍ୱାସ୍ଥ୍ୟକେନ୍ଦ୍ର, ଯେଉଁଠି ଏ ଏନ ଏମ ଓ ଠିକା ଏ ଏନ ଏମ ନିୟୋଜିତ ରହି ଗ୍ରାମାଞ୍ଚଳରେ ରୋଗୀଙ୍କୁ ସାଧାରଣ ରୋଗ ଔଷଧ ବିତରଣ କରିଥାନ୍ତି । ତେବେ ସମସ୍ୟା ରହିଛି ବ୍ଲକ ମୁଖ୍ୟାଳୟରେ ରହିଥିବା ୧୯୬୧ରୁ ପ୍ରତିଷ୍ଠିତ ବହୁ ପୁରାତନ ବଡ଼ସାହି ଏଫ ଆର ୟୁ । ମାନ୍ୟତା ଅନୁଯାୟୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ୪ଜଣ, ୨ଜଣ ଆସିଷ୍ଟାଣ୍ଟ ସର୍ଜନ ତଥା ଏଡିପିଆରଏମଓ ୧୫ଜଣ ଓ ଜଣେ ସୁପରିଟେଣ୍ଡେଣ୍ଟ ରହିବା ଆବଶ୍ୟକ । ମାତ୍ର ଆବଶ୍ୟକତା ନେଇ ଡାକ୍ତରଙ୍କ ଅଭାବ ନେଇ ବିଭିନ୍ନ ସମୟରେ ଉଠୁଥିବା ଦାବିକୁ ଆଜି ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରଖି ଏଡାଇ ଦିଆଯାଉଥିବା ବେଳେ ଫଳଶୁନ୍ୟ ଅବସ୍ଥାରେ ପ୍ରତ୍ୟହ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ବ୍ୟତୀତ ଡାକ୍ତରଖାନାଟି ଉପରେ ଅଞ୍ଚଳରୋଗୀଙ୍କ ଭରସା ତୁଟିବାକୁ ଲାଗିଛି । ବଡ଼ସାହି ସ୍ୱାସ୍ଥ୍ୟକେନ୍ଦ୍ରଟି ନିକଟରେ ନୂତନଗୃହକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଆଉଟଡୋରର ପ୍ରତ୍ୟହ ରୋଗୀସଂଖ୍ୟା ପ୍ରାୟତଃ ୫ଶହ ପାଖାପାଖି ଓ ଇନଡୋର ରୋଗୀସଂଖ୍ୟା ପ୍ରାୟ ୩୦ ଉପରେ, ପୁଣି ମାସକୁ ଗର୍ଭବତୀଙ୍କ ସଂଖ୍ୟା ୫୦ ଉପରକୁ ଥିବାବେଳେ ପ୍ରସୂତିଙ୍କ ସଂଖ୍ୟା ମଧ୍ୟ ୩୦ ଉପରକୁ । ତେବେ ବିଭିନ୍ନ ରୋଗୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ମୌଳିକ ସୁବିଧା ଅଭାବରୁ ପ୍ରତିଦିନ ରୋଗୀଙ୍କୁ ୩୮କିମି ଦୂରରେ ଥିବା ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେବାକୁ ପଡିଥାଏ ନଚେତ ୫୦କିମି ଦୂରରେ ଥିବା ବାଲେଶ୍ଵରକୁ । ସେପଟେ ପୁଣି ବିଭିନ୍ନ ସମୟରେ ରହିଥିବା ଆମ୍ବୁଲାନ୍ସ ସମସ୍ୟା ଗରିବ ରୋଗୀଙ୍କୁ ଦାଉ ସାଧୁଛି । କାରଣ ଚିକିତ୍ସା ସ୍ଥାନାନ୍ତର କ୍ଷେତ୍ରରେ ପ୍ରାଇଭେଟ ଆମ୍ବୁଲାନ୍ସ ବା ଗାଡିଭଡା ପାଇଁ ପଇସା ଅଭାବ ହେତୁ ନିରୁପାୟ ହୋଇ ଅଧିକାଂଶ ଗରିବ ରୋଗୀ ନିଜ ଘରକୁ ଫେରି ମୃତ୍ୟୁ ସହ ସଂଗ୍ରାମ କରିଥାନ୍ତି । ନୂତନ କୋଠାକୁ ଅନ୍ୟାନ୍ୟ ଅନେକ ସୁବିଧାର ଆବଶ୍ୟକତା ପୁଣି ଏସବୁ ନିୟମିତ ସମସ୍ୟା ସହ ବହୁ ଡାକ୍ତରଖାନା ଓ ରୋଗୀଙ୍କ ସ୍ୱଚ୍ଛତା ପାଇଁ ମଧ୍ୟ ଆବଶ୍ୟକୀୟ କର୍ମଚାରୀକୁ ଦୃଷ୍ଟି ଦେଇ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପର ଆବଶ୍ୟକ ନେଇ ବିଭିନ୍ନ ମହଲରୁ ଦାବି ହେଉଛି । ପ୍ରକାଶ ଥାଉକି ବିଭିନ୍ନ ଡାକ୍ତରଖାନା ନୂତନ ରୂପ ପରିବର୍ତ୍ତନ କରିଥିଲେ ହେଁ କାନ୍ଥ ଗୁଡିକରେ ପାନଗୁଟଖା ଛେପ, ବ୍ୟବହୃତ ଗାଧୁଅଘର ଓ ଶୌଚାଳୟ ଗୁଡ଼ିକ ତଥା ପରିବେଶ ଅପରିଷ୍କାର ନେଇ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ବିଭିନ୍ନ କଟକଣା ନିୟମ ଲାଗୁକରିବା ଆବଶ୍ୟକତା ରହିଛି । ସ୍ୱଚ୍ଛତା ର ବାର୍ତ୍ତାରେ ମଳିନ ଚିନ୍ତାଧାରା ଖୁବ ନୀନ୍ଦନୀୟ ବହୁଳ ଘଟଣା ବଢି ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଥିବା ଜାଣିବାକୁ ମିଳିଛି ।

ମୟୂରଭଞ୍ଜ: ଚକଚକ ବାହାର, ଭିତର ଫମ୍ପର .. ବଡ଼ସାହି ସିଏଚସି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବନ୍ୟା ପ୍ରଭାବିତ ପାଳପାଟଣା ଗ୍ରାମରେ ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି